- Home
- »
- Breaking News
- »
- ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍ର ମହାସଂଗ୍ରାମ
ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍ର ମହାସଂଗ୍ରାମ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି ୨୦ ବିଶ୍ୱକପ୍ କ୍ରିକେଟର ମହାକୁମ୍ଭ । କରୋନାକୁ ଦୃଷ୍ଟିରେ ରଖି ମ୍ୟାଚ୍ ଭାରତରେ ଖେଳାନଯାଇ ୟୁଏଇ ଏବଂ ଓମାନରେ ଖେଳାଯିବାର ନିଷ୍ପତି ନିଆଯାଇଛି । ଏଥର ୱାଲ୍ଡକପ୍ ଟ୍ରଫିକୁ କିଏ ଜିତିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶ୍ୱକପ୍ ୨୮ଦିନର ମହାସମରରେ ୪୫ଟି ମ୍ୟାଚ ଖେଳାଯିବ । ଏବଂ ଏହି ଲଢେଇରେ ସାମ୍ନାସାମ୍ନି ହେବେ ୧୬ଟି ଟିମ୍ । ଏଥର ନାମ୍ବିଆ ଓ ପପୁଆ ନିଉ ଗୁଏନା ବିଶ୍ୱକପ୍ର ଡେବ୍ୟୁ କରୁଛନ୍ତି। ବିଶ୍ୱକପ୍ ଟାଇଟଲ୍ ତାଜ୍ ପିନ୍ଧିବା ପାଇଁ ରେସ୍ରେ ରହିବେ ଆଇସିସି ରାଙ୍କିଙ୍ଗ୍ର ଦ୍ୱିତୀୟ ସ୍ଥାନରେ ଥିବା ମ୍ୟାନ ଇନ୍ ବ୍ଲୁ। ଏଥିସହ ନମ୍ବର ଓ୍ୱାନ୍ ଇଂଲଣ୍ଡ ସାଙ୍ଗକୁ ଡିଫେଣ୍ଡିଙ୍ଗ ଚାମ୍ପିଅନ ତଥା ଦୁଇ ଦୁଇ ଥର ବିଶ୍ୱକପ୍ ଟାଇଟଲ ବିଜେତା ୱେଷ୍ଟଇଣ୍ଡିଜ୍ ମଧ୍ୟ ନିଜର ଦମ୍ ଦେଖାଇବେ। ସାଉଥ ଆଫ୍ରିକା, ବାଂଲା ଦେଶ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟ ଟାଇଟଲ୍ ପାଇଁ ନିଜର ପରାକ୍ରମ ଦେଖାଇବେ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ ଞ୨୦ ବିଶ୍ୱକପ୍ର ତାଜ ପିନ୍ଧିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୨ଟି ଟାଇଟଲ୍ ଜିତିଛି। ବିଶ୍ୱକପ୍ର ସମସ୍ତ ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ, ଝଷବକ୍ସହବଷ ଷ୍ଟାଡିୟମ, ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡ ଏବଂ ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ। ନଭେମ୍ବର ୧୦ ଓ ୧୧ ତାରିଖରେ ସେମିଫାଇନାଲ୍ ଖେଳାଯିବାକୁ ଥିବାବେଳେ ନଭେମ୍ବର ୧୪ରେ ଗ୍ରାଣ୍ଡ ଫିନାଲେ ଖେଳାଯିବ।