FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. ରାଜଧାନୀ ରେ ଆରମ୍ଭ ହେଲା ଜାତୀୟ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍

ରାଜଧାନୀ ରେ ଆରମ୍ଭ ହେଲା ଜାତୀୟ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍

ରାଜଧାନୀ ରେ ଆରମ୍ଭ ହେଲା ଜାତୀୟ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍
SHARE NOW :

ଭୁବନେଶ୍ବର(ଲାଇଭ ଓଡିଶା ବ୍ୟୁରୋ): ଆଜି ଠାରୁ ରାଜଧାନୀ ଭୁବନେଶ୍ବର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍ । ଏହି ମ୍ୟାଚରେବହୁ ବିଶ୍ୱସ୍ତରୀୟ ଖେଳାଳି ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଆୟୋଜିତ ଏହି ଚାମ୍ପିଆନସିପରେ ଖେଳରତ୍ନ ବିଜେତା ଦୀପା ମଲ୍ଲିକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି । ମେଡାଲ୍ ଜିତିଥିବା ପାରା ବ୍ୟାଡ଼ମିଣ୍ଟନ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ପାରା ଅଲିମ୍ପିକ୍ସ ସଭାପତି ଦୀପା ମଲ୍ଲିକଙ୍କ ସହ ଅଧ୍ୟକ୍ଷ ପ୍ରଭାକର ରାଓ, ମୁଖ୍ୟ କୋଚ ଗୌରବ ଖାନ୍ନାଙ୍କ ସହ ଓଡି଼ଆ ଖେଳାଳି ପ୍ରମୋଦ ଭଗତ ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ ଦୀପା ମଲ୍ଲିକ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀଙ୍କ ଦୃରଦୃଷ୍ଟି ପାଇଁ ଆଜି ଓଡ଼ିଶା କ୍ରୀଡା ହବ୍ ହୋଇପାରିଛି ।

Leave a Reply

Your email address will not be published. Required fields are marked *

Related Posts