- Home
- »
- Breaking News
- »
- ମହିଳା ଜୁନିୟର ହକି ବିଶ୍ୱକପରେ ସାମିଲ ହେଲେ ୨ ଓଡିଶା ଖେଳାଳି
ମହିଳା ଜୁନିୟର ହକି ବିଶ୍ୱକପରେ ସାମିଲ ହେଲେ ୨ ଓଡିଶା ଖେଳାଳି

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ମହିଳା ଜୁନିଅର ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥର ଭାରତୀୟ ଦଳରେ ଦୁଇ ଓଡିଆ ମଧ୍ୟ ସ୍ଥାନ ପାଇଛନ୍ତି । ଏହି ଦଳରେ ସାଲିମା ଟେଟେ ଓ ଶର୍ମିଲା ଦେବୀ ଅଛନ୍ତି । ହକି ଇଣ୍ଡିଆ ପକ୍ଷରୁ ୧୮ଜଣିଆ ଭାରତୀୟ ଦଳ ଘୋଷିତ ହୋଇଥିବା ବେଳେ ଦଳରେ ବିଚୁ ଦେବୀ ଖରିବାମ, ଖୁସବୋ, ଅକ୍ଷତା ଆବାସୋ ଧେକଲେ, ପ୍ରିୟଙ୍କା, ମାରିନା ଲାଲମଙ୍ଗହାକି, ଅଜମିନା କୁଜୁର, ବାଲଜିତ କଉର, ରିଟ, ବିୟୁଟି ଡୁଙ୍ଗଡୁଙ୍ଗ, ଦୀପିକା, ମୁମତାଜ ଖାନ୍, ସଙ୍ଗୀତା କୁମାରୀ ସ୍ଥାନ ପାଇଛନ୍ତି । ୨୦୧୬ରେ ହୋଇଥିବା ଏହି ପ୍ରତିଯୋଗିତାରେ ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଥିଲା । ସୂଚନା ଅନୁସାରେ, ଆସନ୍ତା ୨୪ରୁ ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବ । ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏହି ଟିମ୍ରେ ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ସଞ୍ଜୟଙ୍କୁ ଭାଇସ କ୍ୟାପଟେନ୍ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ୧୮ ଜଣିଈ ଟିମ୍ରେ ୩ ଓଡିଆ ସାମିଲ ହୋଇଛନ୍ତି ।