ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍

SHARE NOW :
ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାୟାଇଛି। ତାଙ୍କୁ ଡି. ଲିଟ୍ ଉପାଧିରେ ସମ୍ମାନିତ କରାୟାଇଥିଲା। ବିଶ୍ୱବିଦ୍ୟାଳୟର 5ମ ସମାବର୍ତ୍ତନ ଉତ୍ସବ ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାୟାଇଛି। ସେ ଆସାମର ମାନ୍ୟବର ରାଜ୍ୟପାଳ ଶ୍ରୀ ଗୁଲାବ ଚାନ୍ଦ କଟାରିଆଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ପ୍ରଫେସର ସାମନ୍ତଙ୍କ ପାଇଁ ଏହା ହେଉଛି 51ତମ ଡକ୍ଟରେଟ୍। ଏହି ମାନ୍ୟତା ପାଇଁ ସେ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ତାଙ୍କୁ ଅଧିକ କାର୍ୟ୍ୟ କରିବାକୁ ପ୍ରେରଣା ଦେବ ବୋଲି ପ୍ରଫେସର ସାମନ୍ତ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଞ୍ଜନ ସିଂହ, କୁଳାଧିପତି ଏସ. ଜେ. ଏମ. ସିଂ, କୁଳସଚିବ ଡ। ଭବେନ୍ଦ୍ର ନାଥ ଡେକା, କୁଳପତି ଡ. ମୃଦୁଲ ହଜାରିକା, ରେଜିଷ୍ଟ୍ରାର ପ୍ରଫେସର ମୃଣାଳ କୁମାର ବୋରା ପ୍ରମୁଖ ଉପସ୍ଥିତ ଥିଲେ।