- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଅସିତ୍ କୁମାର ତ୍ରିପାଠୀ ହେଲେ ଭୁବନେଶ୍ଵର କ୍ଲବର ସଭାପତି
ଅସିତ୍ କୁମାର ତ୍ରିପାଠୀ ହେଲେ ଭୁବନେଶ୍ଵର କ୍ଲବର ସଭାପତି

SHARE NOW :
ଭୁବନେଶ୍ଵର(ଲାଇଭ୍ ଓଡିଶା ନ୍ୟୁଜ୍) ଭୁବନେଶ୍ଵର କ୍ଲବର କର୍ମକର୍ତ୍ତା ଚୟନ ନେଇ ନିର୍ବାଚନ ସରିଥିବା ବେଳେ ଫଳାଫଳ ଘୋଷଣା ହୋଇଛି । କ୍ଲବର ମୁଖିଆ ହେବା ପାଇଁ ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀ ଅସିତ୍ କୁମାର ତ୍ରିପାଠୀ ଏବଂ ବିଜୟ କୁମାର ପଟ୍ଟନାୟକଙ୍କ ଭିତରେ ଲାଗିଛି ରେସ୍ ଲାଗିଥିବା ବେଳେ, ଅସିତ୍ କୁମାର ତ୍ରିପାଠୀ ବିଜୟ ଲାଭ କରିଛନ୍ତି । ବିଜୟ କୁମାର ପଟ୍ଟନାୟକଙ୍କ ୨୭୮ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି ଅସିତ୍ । ଅସିତ୍ କୁମାର ତ୍ରିପାଠୀଙ୍କୁ ୭୭୬ ଭୋଟ ଓ ବିଜୟ କୁମାର ପଟ୍ଟନାୟକଙ୍କୁ ୪୯୮ ଭୋଟ ମିଳିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, କ୍ଲବର କର୍ମକର୍ତ୍ତା ଚୟନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା। ରବିବାର ଦିନ ଏହି ପ୍ରକ୍ରିୟା ଶେଷ ହୋଇଥିଲା। ତେବେ ଗତ ଦୁଇ ଦିନରେ ମୋଟ ୧୨୬୭ଜଣ ମତଦାନ କରଥିଲେ। ସମସ୍ତେ ନିର୍ବାଚନର ଫଳାଫଳକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ. ବାଜିମାତ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ।