FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆଜିଠୁ ଆରମ୍ଭ ଭୋଟର କାର୍ଡ ସଂଶୋଧନ ପ୍ରକ୍ରିୟା

ଆଜିଠୁ ଆରମ୍ଭ ଭୋଟର କାର୍ଡ ସଂଶୋଧନ ପ୍ରକ୍ରିୟା

ଆଜିଠୁ ଆରମ୍ଭ ଭୋଟର କାର୍ଡ ସଂଶୋଧନ ପ୍ରକ୍ରିୟା
SHARE NOW :


ଆସୁଛି ନିର୍ବାଚନ । ଭୋଟର ତାଲିକାରେ ସାମିଲ ହେବେ ଲୋକେ । ଯୋଗ୍ୟ ଭୋଟର ମାନଙ୍କୁ ଦିଆଯିବ ଭୋଟ ଦେବାର ଅଧିକାର । ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଯୋଗ ଦେବେ ଅନେକ ବ୍ୟକ୍ତି । ଆଜିଠୁ ଆରମ୍ଭ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପକ୍ରିୟା । ମାସେ ଧରି ଚାଲିବ ଏହି ଅଭିଯାନ ଏବଂ ଏଥିରେ ଅନେକ ଲୋକେ ଉପକୃତ ହେବେ । ୧୮ ବର୍ଷର ବ୍ୟକ୍ତି ମାନେ ଜାନୁଆରୀ ପହିଲା ସୁଦ୍ଧା ଭୋଟର ତାଲିକାରେ ସାମିଲ ହେବେ । ଭୋଟର ଲିଷ୍ଟରେ ସାମିଲ ହୋଇନଥିବା ଯୋଗ୍ୟ ଭୋଟର ଏବଂ ଭୋଟର ଲିଷ୍ଟ ସଂଶୋଧନ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ସ୍ୱତନ୍ତ୍ର ଅଭିଯାନର ଫାଇଦା ଉଠେଇପାରିବେ ।
ଅନ୍ୟପଟେ ସହଜ ହେଲା ସଂଶୋଧନ ପ୍ରକ୍ରିୟା । ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ ଲୋକେ । ପୂର୍ବରୁ ଅଫଲାଇନ୍ କରାଯାଉଥିବା ବେଳେ ଚଳିତଥର ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣ ଏହାର ସୁବିଧା ନେଇପାରିବେ । ସ୍ୱତନ୍ତ୍ର ମୋବାଇଲ ଆପ୍ ଏବଂ ୱେବସାଇଟ ଜରିଆରେ ସମସ୍ତେ ଘରେ ବସି ଭୋଟର ଲିଷ୍ଟରେ ସଂଶୋଧନ କରିପାରିବେ । ଏବଂ ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଇଦେବେ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ ।
ଆସନ୍ତା ୭ ଓ ୨୧ ତାରିଖରେ ରାଜ୍ୟର ୩୭ହଜାର ୬୦୬ ବୁଥରେ ସରକାରୀ ଅଧିକାରୀ ଉପସ୍ଥିତ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ ମଧ୍ୟ କରିପାରିବେ । ଆସନ୍ତା ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସେପଟେ ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦିଆଯାଇଛି । ଆହୁରି ୪ ଲକ୍ଷ ଆବେଦନର ବିଚାର ଚାଲିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *

Related Posts