FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆଜି ଗଡ଼ିବନି ପ୍ରାୟ ୩ଶହ ବସ୍

ଆଜି ଗଡ଼ିବନି ପ୍ରାୟ ୩ଶହ ବସ୍

ଆଜି ଗଡ଼ିବନି ପ୍ରାୟ ୩ଶହ ବସ୍
SHARE NOW :

ଲାଇଭଓଡ଼ିଶା ବ୍ୟୁରୋ; ଗଡ଼ିବନି ପ୍ରାୟ ୩ ଶହ ବସ୍ ଆଜି ଅନୁଗୁଳ ଓ ତାଳଚେରରୁ କଟକ-ଭୁବନେଶ୍ୱରକୁ ଗଡ଼ିବନି ବସ୍ । ୧୨ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ଡାକରା ଦେଇଛନ୍ତି ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ବସ୍ ମାଲିକ ସଂଘ । । ୫୫ ନମ୍ବର ଜାତୀୟ ରାଜପଥର ମରାମତି କାର‌୍ୟ୍ୟରେ ବିଳମ୍ବ ହେତୁ ବସ୍ ଆନ୍ଦୋଳନ ଡାକରା ଦିଆଯାଇଛି । ମଙ୍ଗୁଳି ବଅଁରପାଳ ରାସ୍ତାର ଦୂରାବସ୍ଥା ଓ ଦୀର୍ଘଦିନ ଧରି କାର‌୍ୟ୍ୟ ଶେଷ ହୋଇନଥିବାରୁ ଏହାକୁ ବିରୋଧ କରିଛନ୍ତି ରାଜ୍ୟ ଘରୋଇ ବସ ସଂଘ ଓ ବସ ମାଲିକ ସଂଘ । ସମ୍ବଲପୁରରୁ ଅନୁଗୁଳ ଦେଇ କଟକ ଯାଇଥିବା ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାଜପଥର କାମ ସରିବାର ନା ନେଉନି ।
ଏହି ରାସ୍ତା ଦେଇ ଯାଉଥିବା ବସ୍ ଗୁଡ଼ିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡ଼ି ଗୁଡ଼ିକ ବାରମ୍ବାର ଖରାପ ହେଉଛି । ଦୈନନ୍ଦିନ ଦୁର୍ଘଟଣା ମଧ୍ୟ ହେଉଛି । ଏଣୁ ତୁରନ୍ତ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରିଛି ବସ୍ ମାଲିସ ସଂଘ । ଏ ନେଇ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ଡିସେମ୍ବର ୨୨ ତାରିଖ ସୁଦ୍ଧା ରାସ୍ତା କାମ ସମ୍ପୂର୍ଣ୍ଣ ହେବ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ କାମ ସରିନି । ଫଳରେ ବସ୍ ମାଲିକ ସଂଘ ଆନ୍ଦୋଳନ ଡାକରା ଦେଇଛି । ରାସ୍ତା ମରାମତି କାମ ନ ହେଲେ ଜାନୁଆରୀ ୧ ତାରିଖରୁ ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Related Posts