ଆଜି ରାଜଧାନୀରେ ଗର୍ଜିବେ ବିଜେପି ଓ ବିଜେଡି
SHARE NOW :
ଲାଇଭଓଡ଼ିଶା ବ୍ୟୁରୋ : ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଘେରି ସରକାରଙ୍କ ଉପରେ ଚାପ ପକାଇବାକୁ ଅଂଟା ଭିଡିଛି ବିଜେପି । ଏହି ଘେରାଉରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହେବାର ଯୋଜନା ରହିଛି । ରାମ ମନ୍ଦିର ଛକରୁ ବିଜେପି ଯୁବ ମୋର୍ଚ୍ଚା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମଜିରେ ପହଂଚିବ । ସେଠାରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯିବ । ସେହିପରି ଆସନ୍ତାକାଲି କଂଗ୍ରେସ ମଧ୍ୟ ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରାଉ କରିବ ବୋଲି ଜଣାପଡିଛି । ବିଧାନସଭାରେ ବିରୋଧୀ ବିଜେପି ଏବଂ କଂଗ୍ରେସ ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଛନ୍ତି ।ସେପଟେ
ଦରଦାମ ଏବଂ ବେକାରୀ ବୃଦ୍ଧିକୁ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ଯୁଦ୍ଧ ଡାକରା ଦେଇ ଆଜି ରାଜଧାନୀରେ ବିକ୍ଷୋଭ ଶୋଭାଯାତ୍ରା କରିବ ଶାସକ ଦଳ । ଦଳର ଯୁବ, ଛାତ୍ର, ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ବିଜେଡି ମୁଖ୍ୟ କାର୍ୟ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରିବ । ସକାଳ ୧୦ଟା ବେଳେ ଭୁବନେଶ୍ୱର ପାୱାରେ ହାଉସ ଛକ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଗଣଧାରଣା ଦେବ ।