FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ଆମର ସ୍ମାର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ଆମର ସ୍ମାର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ଆମର ସ୍ମାର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟରେ ଆଧୁନିକତା ହେଉଛି ଶିକ୍ଷା ବ୍ୟବସ୍ଥା । ନୂତନ ରୂପରେ ଗଢି ଉଠୁଛି ଶିକ୍ଷା ପ୍ରଣାଳୀ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀଗୃହ ନୂଆ ରୂପ ନେଉଥିବା ବେଳେ ହେଉଛି ଇ-ଲାଇବ୍ରେରୀ ସାଙ୍ଗକୁ ସ୍ମାର୍ଟ କ୍ଲାସର ବ୍ୟବସ୍ଥା । ରାଜ୍ୟରେ ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାରେ ୬୭ଟି ସରକାରୀ ହାଇସ୍କୁଲର କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ସନ୍ଧ୍ୟା ୫ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୁନ୍ଦରଗଡର ୬୭ଟି ବିଦ୍ୟାଳୟ ସହ ନବରଙ୍ଗପୁରର ୧୨ଟି, ବାଲେଶ୍ବରର ୨୪ଟି, କଳାହାଣ୍ଡିର ୧୦ଟି ଓ କଟକର ୩୦ଟି ହାଇସ୍କୁଲର ଉଦଘାଟନ କାର‌୍ୟ୍ୟକ୍ରମ ରହିଛି। ସ୍କୁଲ ପରିସର ସୁନ୍ଦର ହେବା ସହ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts