- Home
- »
- Breaking News
- »
- ଆତଙ୍କ ଖେଳାଉଛି ଭୈରମଗଡ଼ ମାଓ ସଙ୍ଗଠନ
ଆତଙ୍କ ଖେଳାଉଛି ଭୈରମଗଡ଼ ମାଓ ସଙ୍ଗଠନ

SHARE NOW :
ମାଲକାନଗିରି(ଲାଇଭ ଓଡିଶା ନ୍ୟୁଜ): ପୁଣି ହିଂସା ରଚିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ୁସୀମାନ୍ତ ଛତିଶଗଡରେ ଘଟାଇଲେ ହିଂସାକାଣ୍ଡ । ଭାଁସି ଜଙ୍ଗଲରେ ରେଳ ଧାରଣାକୁ ଉଡ଼ାଇଲେ ମାଓବାଦୀ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଏବଂ ୨ଟି ୱାଗନ କ୍ଷତିଗ୍ରସ୍ତ ହୋଇଥିବାର ଖବର ମିଳିଛି। ଜଙ୍ଗଲ ମଧ୍ୟରେ ମାଲବାହୀ ଟ୍ରେନ ଆଗରେ ଲାଗିଛି ମାଓବାଦୀଙ୍କ ବ୍ୟାନର। ଏହାର ପ୍ରଭାବରେ ବଚେଲିରୁ ବିଶାଖାପାଟଣା ମାଲବାହୀ ଟ୍ରେନ ଯିବାବେଳେ ମାଓବାଦୀ ଘଟାଇଛନ୍ତି ଏଭଳି କାଣ୍ଡ। ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମହାରାଷ୍ଟ୍ରରେ ୨୬ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ମାଓବାଦୀ ସଂଗଠନ ଏହି ସମୟରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଭୈରମଗଡ଼ ମାଓ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି।