ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଦାବି କଲା “ବିଜେପି”

SHARE NOW :
କେନ୍ଦୁଝର(ଲାଇଭ୍ ଓଡିଶା ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାମେବାରୀ ବଡକାଳିମାଟି ଗାଁରେ ଦୁଷ୍କର୍ମ ପରେ ହତ୍ୟା । ଗାଁର ଜଣେ ଅନାଥ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା , ଘଟଣାରେ ହାଇକୋର୍ଟରେ ତଦନ୍ତ ଦାବି କରିଛି ବିଜେପି । ସୁଚନା ଅନୁସାରେ ଅଗଷ୍ଟ୨୫ ତାରିଖରେ ଘଟଣା ଘଟିଥିଲା ।
୧୫ ଦିନ ବିତି ଗଲା ପରେବି ପୋଲିସର ଅପାରଗତା ଓ ଆନ୍ତରିକତା ଅଭାବରୁ ଏହା ରହସ୍ୟ ହୋଇ ରହିଯାଇଛି । ସେଥିପାଇଁ ବିଚାର ବିଭାଗୀୟ ତଦନ୍ତ ନିହାତି ଆବଶ୍ୟକ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦର୍ଶାଇଛି ।
ଅଗଷ୍ଟ ୨୬ ତାରିଖରେ ନାବାଳିକାଙ୍କ ମୃତ ଶରୀର ଏକ କପଡାବନ୍ଧା ହୋଇ ଏକ କଠୋରୀ ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଲକ୍ଷ୍ମୀର ପରିବାର ଲୋକେ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଇ ନଥିଲା । ଏନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ନାବାଳିକାଙ୍କୁ ନ୍ୟାୟ କେବେ ମିଳିବ ସେ ନେଇ ପ୍ରଶ୍ନ କରିଛି । ପରେ ଏଦିଗରେ ପଦେକ୍ଷପ ଗ୍ରହଣ କରାନଗଲେ ,ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ଚେତାବନୀ ଦେଇଛି