FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଆଦିବାସୀଙ୍କ ବିକାଶ ପାଇଁ ସରକାର ପ୍ରତିଶୃତି ବଦ୍ଧ : ପ୍ରଣବ ପ୍ରକାଶ ଦାସ

ଆଦିବାସୀଙ୍କ ବିକାଶ ପାଇଁ ସରକାର ପ୍ରତିଶୃତି ବଦ୍ଧ : ପ୍ରଣବ ପ୍ରକାଶ ଦାସ

ଦୁଇ ଦିବ୍ୟାଙ୍ଗ ପିଲାଙ୍କୁ ସହଯୋଗର ହାତ ବଢେଇଲା ‘SAHAJYA’-Hope of Life
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଆଦିବାସୀ ସଂସ୍କୃତିର ହେଉଛି ଆମର ପରିଚୟ । ସେମାନଙ୍କ ଭାଷା, ଚଳନି, ପ୍ରଥା, ପରାମ୍ପରାକୁ ଉତ୍‌ଜୀବିତ ରଖିବାକୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୁଏ । ବିଶ୍ୱ ଆଦିବାସୀ ଦିବସ ଅବସରରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଆୟୋଜିତ ଏକ ସମାରୋହରେ ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଦିବାସୀ ଭାଇ ଭଉଣୀମାନଙ୍କ ଗହଣରେ ପହଁଚି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଦିବାସୀ ସଂପ୍ରଦାୟର ପ୍ରଥା, ପରମ୍ପରା, ଭାଷାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ବଦ୍ଧ ।

ଆଦିବାସୀମାନେ ଆଗକୁ ବଢନ୍ତୁ, ବିଶ୍ୱ ଦରବାରରେ ନିଜର ନାଁ କରନ୍ତୁ ତଥା ରାଜ୍ୟ ପାଇଁ ଆହୁରି ସୁନାମ ଆଣନ୍ତୁ ଏହା ମୁଖ୍ୟମନ୍ତ୍ରୀଙ୍କ ଆଶା । ଆଦିବାସୀ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆଦିବାସୀ ପରମ୍ପରା ଆମ ସମାଜକୁ ଅଧିକ ରୁଦ୍ଧିମନ୍ତ କରିଛି ।

ନିଜ ପରମ୍ପରାକୁ ବଜାୟ ରଖି ଆଦିବାସୀମାନେ ରାଜ୍ୟର ବିକାଶରେ ସହଭାଗୀ ହୁଅନ୍ତୁ ଏହା ହିଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଇଚ୍ଛା ବୋଲି ପ୍ରଣବ ପ୍ରକାଶ ଦାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଇରଙ୍ଗପରୁରେ ପହଁଚିବା ପରେ ପ୍ରଣବ ପ୍ରକାଶ ଦାସଙ୍କୁ ଶହ ଶହ ଆଦିବାସୀ ଭାଇଭଉଣୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts