FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆରପାରିରେ ରାମକୃଷ୍ଣ ପଟ୍ଟନାୟକ

ଆରପାରିରେ ରାମକୃଷ୍ଣ ପଟ୍ଟନାୟକ

ଆରପାରିରେ ରାମକୃଷ୍ଣ ପଟ୍ଟନାୟକ
SHARE NOW :

ଭୁବନେଶ୍ୱର(ଲାଇଭଓଡ଼ିଶା ବ୍ୟୁରୋ) : ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି । ଆଜି ସକାଳ ୯ଟା ୩୦ରେ ଭୁବନେଶ୍ୱରରେ ତାଙ୍କ ପରଲୋକ ହୋଇଛି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ । ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ଭାବେ ପରିଚିତ ଥିଲେ ରାମକୃଷ୍ଣ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଅମଳରୁ ସେ କ୍ଷମତାରେ ଥିଲେ। ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ସେ ୬ଥର ନିର୍ବାଚିତ ହୋଇଥିଲେ । ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ସେ ନିର୍ବାଚନ ଜିତିଥିଲେ । ଅର୍ଥ, କୃଷି, ଗ୍ରାମ୍ୟ ଉନ୍ନୟନ ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । କ୍ୟାରିଅରର ଶେଷ ଭାଗରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଧାନସଭାରେ ବିରୋଧୀଦଳ ନେତା ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ । ନବୀନ ପଟ୍ଟନାୟକଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଅର୍ଥ ମନ୍ତ୍ରୀ ଭାର ମଧ୍ୟ ସମ୍ଭାଳିଥିଲେ। ରାମକୃଷ୍ଣ ପଟ୍ଟନାୟକଙ୍କ ମୃତ୍ୟୁ ଯୋଗୁ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଅନୀତା ଶୁଭଦର୍ଶିନୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ରାମକୃଷ୍ଣ ପଟ୍ଟନାୟକ ସୁସ୍ଥ ଥିଲେ। ହେଲେ ଆଜି ସକାଳୁ ହଠାତ୍ ତଳେ ପଡ଼ି ଯାଇଥିବା ବେଳେ ଘରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଆଜି ତାଙ୍କ ଶେଷ ସତ୍କାର ପୁରୀ ସ୍ୱର୍ଗଦ୍ୱାରରେ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *

Related Posts