FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆସୁଛି ଆଉ ଏକ ଲଘୁଚାପ: ହୋଇପାରେ ପ୍ରବଳ ବର୍ଷା

ଆସୁଛି ଆଉ ଏକ ଲଘୁଚାପ: ହୋଇପାରେ ପ୍ରବଳ ବର୍ଷା

ଆସୁଛି ଆଉ ଏକ ଲଘୁଚାପ: ହୋଇପାରେ ପ୍ରବଳ ବର୍ଷା
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌) ଗତ କିଛି ଦିନ ହେବ ରାଜ୍ୟରୁ ପିଛା ଛାଡୁନି ଲଘୁଚାପ । ପ୍ରବଳ ବର୍ଷାରେ ବେହାଲ ସାରା ଓଡିଶା ଆସନ୍ତା କାଲି ଆଉ ଏକ ଲଘୁଚାପର ସାମ୍ନା କରିବାକୁ ଯାଉଛି । ସୂଚନା ଅନୁଯାୟୀ, ଘନୀଭୂତ ହେଉଛି ମିଆଁମାର ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ । ବୁଧବାର ହୋଇଥିବା ଘୂର୍ଣ୍ଣିବଳୟ ମିଆଁମାର ଉପକୂଳ ଓ ତତ୍ସଂଲଗ୍ନ ମାର୍ଟାବାନ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଉତ୍ତର-ପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପର ରୂପ ନେବ।ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


ଏହାର ପ୍ରଭାବରେ ୨୫ରୁ ୨୭ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଇଁ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts