FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆସୁଛି ଆଉ ଏକ ଲଘୁଚାପ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସୁଛି ଆଉ ଏକ ଲଘୁଚାପ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସୁଛି ଆଉ ଏକ ଲଘୁଚାପ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
SHARE NOW :

ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍‌): ସକ୍ରିୟ ହେଉଛି ଆଉ ଏକ ଲଘୁଚାପ । ରାଜ୍ୟରେ ପୁଣି ରହିଛି ବର୍ଷା ସମ୍ଭାବନା । ଏନେଇ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୫ତାରିଖରେ ବାୟୁମଣ୍ଡଳର ଉପରସ୍ତରରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ଅଛି । ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ବିହାର ଓ ତାର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି।


ଉକ୍ତ ଲଘୁଚାପ କ୍ଷେତ୍ରରୁ ଏକ ନିମ୍ନଚାପରେଖା ବାହାରି ଆଭ୍ୟନ୍ତରୀଣ ଓଡିଶା ଦେଇ ଝାଡଖଣ୍ଡ ପର୍ଯ୍ୟାପ୍ତ ପରିବ୍ୟାପ୍ତ ରହିଛି । ଯାହା ପ୍ରଭାବରେ ଆଜି ଓଡିଶା ଉପକୂଳବର୍ତ୍ତୀ ୧୮ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେନେଇ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *

Related Posts