FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଏଥର ହେବ ବିଜେଡିର ଡିଜିଟାଲ ଆଟାକ୍‌

ଏଥର ହେବ ବିଜେଡିର ଡିଜିଟାଲ ଆଟାକ୍‌

ଏଥର ହେବ ବିଜେଡିର ଡିଜିଟାଲ ଆଟାକ୍‌
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ଆରମ୍ଭ ହେବ ବିଜେଡିର ନୂଆ ଅଧ୍ୟାୟ । ସୋଶିଆଲ ମିଡିଆରେ ବିଜେଡି ବିରୋଧରେ ହେଉଥିବା ଅପପ୍ରଚାର ଉପରେ ଦେବ କଡା ଜବାବ । ଏଣିକି ଡିଜିଟାଲ ଲେଢଇ ଲଢିବ ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ୱାର । ଏ ନେଇ ସାରା ରାଜ୍ୟରେ ଯୁବ ଓ ଛାତ୍ର ବିଜେଡି ସଦସ୍ୟଙ୍କୁ ଦିଆଯିବ ଟ୍ରେନିଂ । ଏଥିପାଇଁ ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ କରାଯାଇଛି । କାରଣ ସେଠାରେ ରାଜ୍ୟ ସରକାରଙ୍କ ବିରୋଧରେ ଜାତୀୟ ଦଳ ଅଧିକ ମିଥ୍ୟା ପ୍ରଚାର କରୁଥିବା ରିପୋର୍ଟ ମିଳିଛି ।

ଧାନ କିଣା ଠାରୁ ଆରମ୍ଭ କରି ମଣ୍ଡି ସମସ୍ୟା, ଦାଦନ ସମସ୍ୟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ଏପରି କିଛି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ ସୋସିଆଲ ମିଡଆରେ ବାରମ୍ବାର ଅପପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏବେ ଆଉ ସାଇଲେଣ୍ଟ ରହିବନି ବିଜେଡି । ଡିଜିଟାଲ ପ୍ଲାଟଫର୍ମରେ ମାର୍ଜିତ ଢଙ୍ଗରେ ଜବାବ ଦେବେ ଯୁବ ଓ ଛାତ୍ର ବିଜେଡି । ଏନେଇ, ପ୍ରତି ବ୍ଲକରୁ କର୍ମୀ ବାଛି ଜିଲ୍ଲା ମୁଖ୍ୟାଳୟରେ ଟ୍ରେନିଂ ଦିଆଯିବ ।

ଅକ୍ଟୋବର ୭ରୁ ୧୦ ଯାଏଁ ଦେବଗଡ଼, ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ହେବ ଡିଜିଟାଲ କର୍ମଶାଳା । ଗତ କିଛି ବର୍ଷ ହେବ ବିଭିନ୍ନ ରାଜନୈତିକ ଦଳମାନେ ସୋଶିଆଲ ମିଡିଆ ରେ ଆରମ୍ଭ କରିଛନ୍ତି ଲଢେଇ । ଆଇନକୁ ଖାତିର ନକରି କିଛି ନିର୍ଦ୍ଦିଷ୍ଟ ଜାତୀୟ ଦଳ ମିଥ୍ୟା ପ୍ରଚାରର ସୀମା ପାର କରିବାରେ ଲାଗିଛନ୍ତି । ହେଲେ ବିଜେଡି ଆଇନ ଅନୁସାରେ ଡିଜିଟାଲ ପ୍ଲାଟଫର୍ମ ଦ୍ୱାରା ବିରୋଧୀଙ୍କୁ ଦେବ କଡା ଜବାବ । ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରୁ ସକ୍ରିୟ ଭାବେ ଚାଲିବ ଡିଜିଟାଲ ୱାର୍ । ଆଗକୁ ବିଜେଡି ଡିଜିଟାଲ କ୍ଷେତ୍ରରେ ସକ୍ରିୟ ହେବାକୁ ଯାଉଥିବା ବେଳେ, ସୋଶିଆଲ ମିଡିଆରେ ଦେଖିବାକୁ ମିଳିବ ଏକ ଭିନ୍ନ ଧରଣର ରାଜନୈତିକ ୱାର ।

Leave a Reply

Your email address will not be published. Required fields are marked *

Related Posts