FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. ଏଫ୍‍ଆଇଭିବି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀକୁ ନାଗରିକ ସମ୍ବର୍ଦ୍ଧନା

ଏଫ୍‍ଆଇଭିବି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀକୁ ନାଗରିକ ସମ୍ବର୍ଦ୍ଧନା

ଏଫ୍‍ଆଇଭିବି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀକୁ ନାଗରିକ ସମ୍ବର୍ଦ୍ଧନା
SHARE NOW :

ଭୁବନେଶ୍ୱର : ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ ଫେଡେରେସନ୍‍-ଏଫ୍‍ଆଇଭିବି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଥମ ଥର ଲାଗି କିଟ୍‍ ଓ କିସ୍‍ ଗସ୍ତ କରିଛି । ଭାରତୀୟ ଭଲିବଲ୍‍ ସଂଘର ସଭାପତି ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ଏଫ୍‍ଆଇଭିବିର ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କ ସମେତ ସଂଘର ଅନ୍ୟ ସଦସ୍ୟଙ୍କୁ ନେଇ ଏହି ପ୍ରତିନିଧିମଣ୍ଡଳୀ ଓଡ଼ିଶାରେ ପହଞ୍ଚିବା ପରେ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ । ଏହି ଅବସରରେ ପ୍ରତିନିଧିମଣ୍ଡଳୀକୁ ରବିବାର ଭୁବନେଶ୍ୱରରେ ଉଚ୍ଛ୍ୱସିତ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍‍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ଓଡ଼ିଶା ଫୁଟବଲ୍‍ ସଂଘ ଓ ଓଡ଼ିଶା ଆଥଲେଟିକ୍‍ ସଂଘର ସଭାପତି ଆଶୀର୍ବାଦ ବେହେରା ଏବଂ ଓଡ଼ିଶାର ବିଭିନ୍ନ କ୍ରୀଡ଼ା ସଂଗଠନର ସଦସ୍ୟ, ଓଡ଼ିଶାର ଖ୍ୟାତି ସମ୍ପନ୍ନ କ୍ରୀଡ଼ାବିତ୍‍ମାନେ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ବ୍ୟତୀତ ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍‍ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ ଓ ସି ଏ ଭବାନୀ ଦେବୀ, କିଟ୍‍ ଛାତ୍ର ଭାରତୀୟ ହକି ଖେଳାଳି ଅମିତ ରୋହିଦାସ ଓ ପାରା ଆଥଲେଟ ରାଖାଲ ସେଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଫ୍‍ଆଇଭିବି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ପ୍ରଥମ ଥର ଲାଗି ଭାରତ ଗସ୍ତ କରିଥିବା ବେଳେ ଭାରତରେ ତୃଣମୂଳସ୍ତରରେ ଭଲିବଲ୍‍ର ବିକାଶ ନେଇ ଶ୍ରୀ ସାମନ୍ତଙ୍କ ନେତୃତ୍ୱରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ଫିଫା ଫୁଟବଲ୍‍ ଫର୍‍ ସ୍କୁଲ୍‍ ଭଳି ଭାରତରେ ସ୍କୁଲ୍‍ସ୍ତରରେ ଭଲିବଲ୍‍ର ପ୍ରଚଳନ ପାଇଁ ଶ୍ରୀ ସାମନ୍ତଙ୍କ ପ୍ରୟାସରେ ଏହି ଚୁକ୍ତି ସ୍ୱାକ୍ଷର କରାଯାଇଛି । ପ୍ରତିନିଧିମଣ୍ଡଳୀ ଅଗଷ୍ଟ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିବା ବେଳେ ସେମାନେ ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସମେତ ସାଇର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଓଡ଼ିଶାରେ ମଧ୍ୟ କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ ଓ ରାଜ୍ୟର ବିଭିନ୍ନ କ୍ରୀଡ଼ା ସଂଗଠନ କର୍ମକର୍ତ୍ତାଙ୍କ ସହ ମିଶି ଓଡ଼ିଶାରେ ଭଲିବଲର ପ୍ରସାର ନେଇ ଆଲୋଚନା କରିଥିଲେ ।ଭାରତରେ ତୃଣମୂଳସ୍ତରରେ ଭଲିବଲ୍‍ର ବିକାଶ ଲକ୍ଷ୍ୟ ନେଇ ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ ଗତ ଜୁନ୍‍ ମାସରେ ମାନିଲାଠାରେ ଅନୁଷ୍ଠିତ ଏଫ୍‍ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଯୋଗଦେବା ଅବସରରେ ଶ୍ରୀ ସାମନ୍ତ ଏଫ୍‍ଆଇଭିବିର ସଭାପତି ଆରି ଗ୍ରାକା ଓ ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଶ୍ରୀ ସାମନ୍ତ ଭାରତରେ ଭଲିବଲର ବିକାଶ ଓ ପ୍ରସାର ନେଇ ଆଲୋଚନା କରିଥିଲେ । ଏ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଆର ଗ୍ରାକା ଓ ଫାବିଓ ଶ୍ରୀ ସାମନ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ଏହି ପ୍ରତିନିଧିମଣ୍ଡଳୀ ଅଗଷ୍ଟ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ।

Leave a Reply

Your email address will not be published.

Related Posts