- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ
ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ

SHARE NOW :
କଟକ(ଲାଇଭ୍ ଓଡିଶା ନ୍ୟୁଜ୍): ପୁର୍ବରୁ କଟକ ଏସସିବି ମେଡିକାଲରେ ଇକମୋ ଚିକିତ୍ସା ଅଧୀନ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆଉ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହୃଦ୍ଘାତର ଶିକାର ହେବା ପରେ ଇକ୍ମୋ ୟୁନିଟ୍ରେ ଭର୍ତ୍ତି ହୋଇଥିଲେ। ସେ ଏସସିବିର ନ୍ୟୁରୋଲୋଜି ଡିପାର୍ଟମେଣ୍ଟର ଏଚ୍ଓଡି ପ୍ରଫେସର ଅଶୋକ ମଲ୍ଲିକଙ୍କ ପୁଅ ଥିବା ଜଣାପଡିଛି। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଇକ୍ମୋ ଚିକିତ୍ସିତ ହେଉଥିବା ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି
ପୂର୍ବରୁ ଇକ୍ମୋ ୟୁନିଟ୍ରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ସହିତ ଏସସିବି ଇକ୍ମୋ ୟୁନିଟ୍ରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ଜଣେ ରୋଗୀ ଏହି ଇକମୋ ୟୁନିଟରେ ଚିକିତ୍ସାଧୀନ ଅଛନ୍ତି।