FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କଟକ ବଡ ମେଡିକାଲରେ ଇକମୋ ଚିକିତ୍ସାରେ ଆଉ ଜଣେ ମୃତ୍ୟୁ

କଟକ ବଡ ମେଡିକାଲରେ ଇକମୋ ଚିକିତ୍ସାରେ ଆଉ ଜଣେ ମୃତ୍ୟୁ

କଟକ ବଡ ମେଡିକାଲରେ ଇକମୋ ଚିକିତ୍ସାରେ ଆଉ ଜଣେ ମୃତ୍ୟୁ
SHARE NOW :

କଟକ (ଲାଇଭ୍ ଓଡିଶା ନ୍ୟୁଜ୍‌): କଟକ ଏସସିବି ମେଡିକାଲର ଇକ୍ମୋ ଚିକିତ୍ସାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ ରୋଗୀ ଆଖି ବୁଜିଛନ୍ତି।


ମୃତ ମହିଳା ଜଣଙ୍କ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର। ସେ ଗତ ଅଗଷ୍ଟ ମାସ ୨୯ ତାରିଖରେ ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ। କଟକ ବଡ ମେଡିକାଲରେ ଖୋଲିଥିବା ଇକମୋ ଚିକିତ୍ସାର ସେ ପ୍ରଥମ ରୋଗୀ ଥିଲେ । ତାଙ୍କ ପରେ ବଲାଙ୍ଗିର ଜଣେ ମହିଳା, କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଇକ୍ମୋ ୟୁନିଟ୍ରେ ଭର୍ତ୍ତି ହୋଇଥିଲେ।

ଏହି ତିନି ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସାଧୀନ ଥିବା ଉକ୍ତ ୪ ରୋଗୀଙ୍କର ମୃତ୍ୟୁ ହେବା ପରେ ଏବେ ଇକମୋ ୟୁନିଟ ଖାଲି ହୋଇଯାଇଛି।

Leave a Reply

Your email address will not be published. Required fields are marked *

Related Posts