FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କଟକ ମୁଣ୍ଡଳୀ ମହାନଦୀ ପାଣିରେ ଫସିଛି ଗଜରାଜ

କଟକ ମୁଣ୍ଡଳୀ ମହାନଦୀ ପାଣିରେ ଫସିଛି ଗଜରାଜ

କଟକ ମୁଣ୍ଡଳୀ ମହାନଦୀ ପାଣିରେ ଫସିଛି ଗଜରାଜ
SHARE NOW :

ଭୁବନେଶ୍ୱର (ଦିଲିପ ସାହୁ /ଲାଇଭ୍ ଓଡିଶା ନ୍ୟୁଜ୍‌): ମୁଣ୍ଡଳୀ ମହାନଦୀ ପାଣିରେ ଜୀବନ-ମରଣ ସହ ସଂଘର୍ଷ କରୁଛି ଗଜରାଜ । ସବୁ ଦେଖିବି ଉପାୟ ଶୁନ୍ୟ ବନ ବିଭାଗ । ଆଠଗଡ ମୁଣ୍ଡଳୀ ବ୍ରିଜ ନିକଟରେ ୧୭ ଟି ହାତୀ ମହାନଦୀ ପାର ହେଉଥିବା ବେଳେ, ଶିଶୁ ହାତୀ ଟି ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହି ଜୀବନ-ମରଣ ସହ ସଂଘର୍ଷ କରୁଛି । ଆଠଗଡ ରେଞ୍ଜରଙ୍କ କହିବା ଅନୁସାରେ , ୧୭ ଟି ହାତୀ ନଦୀ ପାର କରୁଥିବା ବେଳେ , ସେଥିମଧ୍ୟରୁ ୭ ଟି ହାତୀ ଭାସି ଯାଇଥିଲେ ।

ପରେ ସେମାନେ ଆଠଗଡ ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି । ଘଟଣାସ୍ଥଳରେ ବନବିଭାଗ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏକ ରସିରେ ଟାୟାର ବାନ୍ଧି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ହାତୀକୁ ଦେଖିବାକୁ ଘଟଣାସ୍ଥଳରେ ଜନଗହଳି ଦେଖିବାକୁ ମିଳିଥିଲା ।


ହାତୀଟି ରାତି ଚାରିଟାରୁ ବ୍ରିଜତଳେ ସିମେଣ୍ଟ ଚଟାଣରେ ଅଟକି ରହିଛି । ହାତୀକୁ ଖାଇବାକୁ ଦେବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ହେଲେ ଲୋକଙ୍କ କୋଳାହଳକୁ ନେଇ ଅଧିକ ଡ଼ରିଯାଉଛି ଦନ୍ତା ହାତୀ, ଯାହାଫଳରେ କୂଳକୁ ଆସିବାକୁ ଅଧିକ ସମୟ ଲାଗୁଛି ।

ହାତୀକୁ ଉଦ୍ଧାର କରିବା ଲାଗି ବନ ବିଭାଗର ୧୦ ରୁ ୨୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳିରେ ପହଞ୍ଚିଛି । ଆଠଗଡ଼, ଡମପଡ଼ା, ଚନ୍ଦକାର ବନ ଅଧିକାରୀ ମୁଣ୍ଡଳିଠାରେ ଉପସ୍ଥିତ ରହି ହାତୀକୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରଖିଛନ୍ତି । ୬ ଘଣ୍ଟା ପରେ ଏବେ ନିଜ ଉଦ୍ୟମରେ କୂଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି। ତଥାପି ବିପଦ ହଟିନାହିଁ । ଘଟଣାସ୍ଥଳରେ ଆଠଗଡ ରେଞ୍ଜରଙ୍କ ସମେତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts