FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କରୋନା ଟିକା ନେଇ ଯୁବତୀ ଅସୁସ୍ଥ

କରୋନା ଟିକା ନେଇ ଯୁବତୀ ଅସୁସ୍ଥ

କରୋନା ଟିକା ନେଇ ଯୁବତୀ ଅସୁସ୍ଥ
SHARE NOW :

ରାୟଗଡ଼ା (ଶ୍ରୀଧର ଚୌଧୁରୀ/ ଲାଇଭ୍ ଓଡିଶା ନ୍ୟୁଜ୍): କରୋନା ମହାମାରୀ କୁ ଏଡାଇବା ପାଇଁ ଟିକା ନେବା ନିହାତି ଜରୁରୀ ବୋଲି ସରକାର ସୁଚାଉଥିବା ବେଳେ ଅନେକ ବ୍ୟକ୍ତି ଟିକା ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଅନେକ ଲୋକଙ୍କ କହିବା ଅନୁଯାଇ ଟିକା ନେବା ପରେ ସେମାନେ ଅସୁସ୍ଥ ହେଇଯାଉଛନ୍ତି । ଏମିତି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାର ପାଇକପଡା ଗ୍ରାମରେ ।


ସୂଚନା ମୁତାବକ, କରୋନା ଟିକା ନେଇ ଜଣେ ଯୁବତୀ ଅସୁସ୍ଥ ହୋଇଥିବା ଜଣାପଡିଛି । ଯୁବତୀ ଜଣକ ରାୟଗଡ଼ା ଜିଲ୍ଲା ଥେରୁବାଲି ଫାଣ୍ଡି ଅନ୍ତର୍ଗତ ପାଇକପଡ଼ା ଗ୍ରାମର ଅରୁନ୍ଧତୀ ଆଚାର୍ଯ୍ୟ । ଗତ ଏକ ବର୍ଷ ପୂର୍ବେ ଅରୁନ୍ଧତୀ ମାନସିକ ରୋଗରେ ପୀଡ଼ିତ ଥିଲେ ଓ ଔଷଧ ସେବନ ପରେ ସୁସ୍ଥ ହୋଇଥିଲେ । ତେବେ ଗତ ୮ ଦିନ ପୂର୍ବେ କରୋନା ଟିକା ନେଇଥିଲେ । ଟୀକା ନେବା ପରେ ପୁଣି ସେ ମାନସିକ ରୋଗରେ ପୀଡ଼ିତ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାରେ ଉନ୍ନତି ନ ଘଟିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି । ତେବେ କରୋନା ଟିକା ନେବା ପରେ ଅରୁନ୍ଧତୀ ପୁଣି ଅସୁସ୍ଥ ହୋଇଥିବା ନେଇ ତାଙ୍କ ମା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts