FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କଳାହାଣ୍ଡି: ୨୦ଜଣ କାଠ ମାଫିଆ ଗିରଫ

କଳାହାଣ୍ଡି: ୨୦ଜଣ କାଠ ମାଫିଆ ଗିରଫ

କଳାହାଣ୍ଡି: ୨୦ଜଣ କାଠ ମାଫିଆ ଗିରଫ
SHARE NOW :

କଳାହାଣ୍ଡି(ପୁରୁଷୋତ୍ତମ ସିଂହ ରାଜପୁତ/ ଲାଇଭ୍ ଓଡିଶା ନ୍ୟୁଜ୍‌): ପ୍ରକୃତିକୁ ସବୁଜ ସୁନ୍ଦର କରିବା ଓ ସୁରକ୍ଷା ଦେବା ପାଇଁ ସରକାର ଓ ଘରୋଇ ଅନୁଷ୍ଠାନ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ଦିନକୁ ଦିନ ବଢିଚାଲିଛି କାଠ ମାଫିଆ ମାନଙ୍କର ପାଦୃଭାବ ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେଞ୍ଜ ବେହେରା ଫରେଷ୍ଟ ବିଟ ଅଞ୍ଚଳରୁ ୨୦ ଜଣ କାଠ ମାଫିଆଙ୍କୁ ଗିରଫ କରିଛି ବନ ବିଭାଗ କ୍ଷ ବିଳମ୍ବିତ ରାତିରେ ସାହାଯଖୋଲ ସଂରକ୍ଷିତ ଜଙ୍ଗଲରୁ କାଠମାଫିଆ ମାନେ କାଠ କାଟିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨୦ଜଣ କାଠ ମାଫିଆ ଙ୍କ ଠାରୁ ଗଛ କାଟିବା ସାମଗ୍ରୀ ଜବତ କରିବା ସହ ଗିରଫ କରିଛି ବନ ବିଭାଗ। ତେବେ ଏହି ମାଫିଆ ସମସ୍ତେ ନବରଙ୍ଗପୁର ଜିଲ୍ଲା ର ବୋଲି ବନ ବିଭାଗ ରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Related Posts