FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କାଲି ଯାଏଁ ଗୃହ ମୁଲତବୀ, ୪ଟି ବିଲ୍ ପାରିତ

କାଲି ଯାଏଁ ଗୃହ ମୁଲତବୀ, ୪ଟି ବିଲ୍ ପାରିତ

କାଲି ଯାଏଁ ଗୃହ ମୁଲତବୀ, ୪ଟି ବିଲ୍ ପାରିତ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌): ହଟ୍ଟଗୋଳ ଭିତରେ ଗୃହରେ ୪ଟି ବିଲ୍ ପାରିତ ହୋଇଯାଇଛି । ଆଜି ଗୃହ ଆରମ୍ଭରୁ ବିରୋଧୀ ଦଳ ଉଭୟ ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିବାବେଳେ ଗୃହକୁ ଦୁଇଥର ମୁଲତବୀ ରଖାଯାଇଥିଲା । ଏହାପରେ ବାଚସ୍ପତିଙ୍କ ଚାମ୍ବର ମଧ୍ୟ ଘେରିଥିଲେ ବିଜେପି ଓ କଂଗ୍ରେସ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ କାଲି ଯାଏଁ ଗୃହ ମୁଲତବୀ ରଖାଯାଇଛି ।


ବିଧାନସଭାରେ ହଟ୍ଟଗୋଳ ଭିତରେ ମଧ୍ୟ ୪ଟି ବିଲ୍ ପାରିତ ହୋଇଯାଇଛି । ବିଲ୍ ଗୁଡିକ ହେଉଛି ଓଡିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ, ଓଡିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍, ଓଡିଶା ପଞ୍ଚାୟତ ସଂଶୋଧନ ବିଲ, ଭାରତୀୟ ଷ୍ଟାମ୍ପ ଓଡିଶା ସଂଶୋଧନ ବିଲ୍ ।


ଆଜି ୪ଟାରେ ବାଚସ୍ପତିଙ୍କ ଚାମ୍ବର ଘେରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ବିରୋଧୀଙ୍କ ଘେରାଉ ଯୋଗୁଁ ଗୃହ ଆସିପାରିନଥିଲେ ବାଚସ୍ପତି । ଏହାପରେ ବାଚସ୍ପତିଙ୍କ ବଦଳରେ ଉପବାଚସ୍ପତି ଗୃହ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *

Related Posts