କିଟ୍ ଟିବିଆଇକୁ ନ୍ୟାସ୍ନାଲ୍ ଇଣ୍ଟେଲେକ୍ଚ୍ୟୁଆଲ୍ ପ୍ରପର୍ଟି ପୁରସ୍କାର

SHARE NOW :
ଭୁବନେଶ୍ୱର : କିଟ୍ ଟିବିଆଇକୁ ୨୦୨୧ ଓ ୨୦୨୨ ଲଗାତାର ଦୁଇ ବର୍ଷ ପାଇଁ ନ୍ୟାସ୍ନାଲ୍ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ପୁରସ୍କାର ପ୍ରଦାନ କରାଯାଇଛି । ପେଟେଣ୍ଟ, ଡିଜାଇନ୍ ଓ ଟ୍ରେଡ୍ମାର୍କ (ସିଜିପିଡିଟିଏମ୍) କଣ୍ଟ୍ରୋଲ୍ ଜେନେରାଲ କାର୍ଯ୍ୟାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ବେଷ୍ଟ ଇନ୍କ୍ୟୁବେଟର୍ ଫର୍ ନର୍ଚରିଂ ଦ ଆଇପି’ ବର୍ଗରେ କିଟ୍ ଟିବିଆଇକୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀର ଡ. ଆମ୍ବେଦକର ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟ କ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶଳ୍ପି ମନ୍ତ୍ରୀ ପିୟୁଷ ଗୋୟଲ, ଡିଆଇଆଇଟିର ସଚିବ ଅନୁରାଗ ଜୈନ, ଡିପିଆଇଆଇଟି
ଆଇପିଆର୍ର ଯୁଗ୍ମ ସଚିବ ଶ୍ରୁତି ସିଂହ ଏବଂ ସିଜିପିଡିଟିଏମ୍ର ପ୍ରଫେସର ଉନ୍ନତ ପି ପଣ୍ଡିତଙ୍କ ଉପସ୍ଥିତିରେ କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆର ଏହି ପୁରସ୍କାର ଗ୍ରହଣ କରିଥିଲେ । କିଟ୍ ଟିବିଆଇକୁ ଏହି ସମ୍ମାନ ମିଳିଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଫେସର ସୁଆରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।