- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- କିଟ୍ ବିଶ୍ୱବିଦ୍ୟାଳୟରେ କନ୍ସଲ୍ଟେସନ୍ ସମ୍ମିଳନୀ:ଯୋଗଦେବେ ୨୦ ଦେଶର ସାଂସଦ
କିଟ୍ ବିଶ୍ୱବିଦ୍ୟାଳୟରେ କନ୍ସଲ୍ଟେସନ୍ ସମ୍ମିଳନୀ:ଯୋଗଦେବେ ୨୦ ଦେଶର ସାଂସଦ

SHARE NOW :
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍ସଲ୍ଟେସନ୍ ସମ୍ମିଳନୀ ଅପ୍ରେଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଆମେରିକା, ବ୍ରିଟେନ୍, ଜର୍ମାନ୍, ୟୁକ୍ରେନ୍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର ସାଂସଦଙ୍କ ସମେତ ୫ଟି ଦେଶର କୂଟନୀତିଜ୍ଞ ଓ ଭାରତର ୨୫ଜଣ ସାଂସଦ ଯୋଗ ଦେବେ । ଏହା ବ୍ୟତୀତ ବିଭିନ୍ନ ଦେଶର ୨ଶହରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍ ଓ ଟେକ୍ନୋକ୍ରାଟ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୪ ତାରିଖରେ ଉଦ୍ଘାଟିତ ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେବାକୁ ଥିବା ବେଳେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ଯୋଗାଣ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେବେ । ସୂଚନାଯୋଗ୍ୟ, ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ । ଚଳିତବର୍ଷ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଜି-୨୦ ଦେଶଗୁଡ଼ିକର ବିଭିନ୍ନ ସମସ୍ୟା ଚିହ୍ନଟ, ଆଲୋଚନା ଏବଂ ଜି-୨୦ ଶିଖର ସମ୍ମିଳନୀରେ ଏହିସବୁ ସମସ୍ୟାର ସମାଧାନ ନମି ନ୍ତେ ଏକ ଢାଞ୍ଚା ପ୍ରସ୍ତୁତି କରିବା ଦିଗରେ ଯବୁ ବର୍ଗଙ୍କୁ ସଶକ୍ତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୟୁଥ-୨୦ ସମ୍ମିଳନୀ ଆୟୋଜନ କରିବା ପାଇଁ
କିଟ୍ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୟୁଥ-୨୦ର ବିଭିନ୍ନ କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ ଦେଶର ୨ଶହରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ କରିବ । ଏହି କାର୍ଯ୍ୟକ୍ରମର ନିଷ୍କର୍ସ ୟୁଥ-୨୦ ସମ୍ମିଳନୀରେ ବିନମି ୟ କରାଯିବ ।