FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିମ୍‍ସରେ କୋଭିଡ୍-୧୯ ଟିକାଦାନ ଆରମ୍ଭ

କିମ୍‍ସରେ କୋଭିଡ୍-୧୯ ଟିକାଦାନ ଆରମ୍ଭ

କିମ୍‍ସରେ କୋଭିଡ୍-୧୯ ଟିକାଦାନ ଆରମ୍ଭ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୋଭିଡ୍‍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ କିମ୍‍ସରେ ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ କିମ୍‍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍‍ସ ମେଡିକାଲ୍‍ କଲେଜର ଅଧ୍ୟକ୍ଷ ଓ କିମ୍‍ସ ମେଡିକାଲ୍‍ର ମହାନିର୍ଦ୍ଦେଶକ ମେଜର ଜେନେରାଲ୍‍ ଡା.ପି. କେ. ପଟ୍ଟନାୟକ ପ୍ରଥମ ଟିକା ନେଇଥିଲେ । ପରେ କିମ୍‍ସର ଡାକ୍ତର, ନର୍ସ, ପାରାମେଡିକାଲ୍‍ କର୍ମଚାରୀ ଆଦି ୧ଶହ କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯାଇଥିଲା । ଏଥିପାଇଁ ପୂର୍ବରୁ କିମ୍‍ସ ହସ୍ପିଟାଲରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସ୍ୱତନ୍ତ୍ର ଟିକା କରଣ ଗୃହ ସହ ଅପେକ୍ଷା କକ୍ଷ ଓ ନିରୀକ୍ଷଣ କକ୍ଷ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ହିତାଧିକାରୀଙ୍କ ପରିଚୟ ଯାଞ୍ଚ ପରେ ଟିକା ପ୍ରଦାନ କରାଯାଇଥିଲା । ଟିକା ଗ୍ରହଣ ପରେ ସେମାନଙ୍କୁ ନିରୀକ୍ଷଣ କକ୍ଷରେ ଅତିକମ୍‌ରେ ଅଧଘଣ୍ଟା ପର୍ଯ୍ୟନ୍ତ ଜଣେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଥିଲା । ଓଡ଼ିଶାରେ କୋଭିଡ୍‍-୧୯ ଟିକା ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ଟିକାକରଣ ପାଇଁ କିମ୍‍ସ ହସ୍ପିଟାଲ ପକ୍ଷରୁ ସମସ୍ତ ପ୍ରସ୍ତୁତ ଆରମ୍ଭ କରାଯାଇଥିଲା ।

କିମ୍‍ସରେ କାର୍ଯ୍ୟ କରୁଥିବା ୩ହଜାର କୋଭିଡ୍‍ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ କରାଯାଇ ଏହାକୁ ସରକାରଙ୍କ ପୋର୍ଟାଲରେ ଅପଲୋଡ୍‍ କରିବା ପାଇଁ ବିଏମ୍‍ସିକୁ ପ୍ରଦାନ କରାଯାଇଥିଲା । ଏମାନେ ସମସ୍ତେ କିମ୍‍ସ କୋଭିଡ୍‍ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । କିମ୍‍ସର କମ୍ୟୁନିଟି ମେଡିସିନ୍‍ ବିଭାଗ ମୁଖ୍ୟ ପ୍ରଫେସର ଡା. ଓମ୍‍ ପ୍ରକାଶ ପାଣିଗ୍ରାହୀଙ୍କୁ ଟିକାକରଣ କେନ୍ଦ୍ରର ନୋଡାଲ୍‍ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ କିମ୍‍ସରେ ପ୍ରଥମ ଦିନରେ ପ୍ରଥମ ଟିକା ଗ୍ରହଣ କରିଥିବା ମେଜର ଜେନେରାଲ୍‍ ଡା. ପଟ୍ଟନାୟକଙ୍କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts