FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିସ୍‌ରେ ଭାରତୀୟ ମହିଳା ଭଲିବଲ୍ ଦଳକୁ ସମ୍ବର୍ଦ୍ଧନା

କିସ୍‌ରେ ଭାରତୀୟ ମହିଳା ଭଲିବଲ୍ ଦଳକୁ ସମ୍ବର୍ଦ୍ଧନା

କିସ୍‌ରେ ଭାରତୀୟ ମହିଳା ଭଲିବଲ୍ ଦଳକୁ ସମ୍ବର୍ଦ୍ଧନା
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା) : ଭାରତୀୟ ମହିଳା ଭଲିବଲ୍ ଦଳକୁ ଭାରତୀୟ ଭଲିବଲ୍ ସଂଘର ସଭାପତି, କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଛନ୍ତି । ଥାଇଲାଣ୍ଡରେ ଜୁନ୍ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୮ ବର୍ଷରୁ କମ୍ ୧୪ତମ ଏସିଆ ମହିଳା ଚାମ୍ପିୟନସିପ୍‌ରେ ଏହି ଦଳ ଅଂଶଗ୍ରହଣ କରିବ । ଭାରତୀୟ ଦଳ ଆଜି ଥାଇଲାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । କିଟ୍ ଗ୍ରାଉଣ୍ଡରେ ଏହି ଖେଳାଳିମାନେ ଅଭ୍ୟାସ ଜାରି ରଖିଥିଲେ । ସୂଚନାଯୋଗ୍ୟ, ଭାରତୀୟ ଭଲିବଲ୍ ସଂଘ କିଟ୍‌ରେ ୧୮ବର୍ଷରୁ କମ୍ ଭାରତୀୟ ମହିଳା ଭଲିବଲ ଦଳର ଚୟନ ଦାୟିତ୍ୱ ଓଡ଼ିଶା ଭଲିବଲ୍ ଆସୋସିଏସନ୍କୁ ପ୍ରଦାନ କରିଥିଲେ । ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ୨୦ଜଣଙ୍କ ମଧ୍ୟରୁ ଭାରତୀୟ ଦଳ ପାଇଁ ୧୨ ଜଣ ଖେଳାଳି ଓ ୪ ଜଣ ଅଫିସିଆଲ୍ଙ୍କୁ ମନୋନୀତ କରାଯାଇଥିଲା । ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଆ ଖେଳାଳି ଲାସ୍ୟମୟୀ ମହନ୍ତ । ସେହିପରି ଓଡ଼ିଶାରୁ କୋଚ ଭାବେ ଲୋତକବିନ୍ଦୁ ଦାଶ ଓ ଫିଜିଓ ଭାବେ ଅମ୍ରିନ୍ ହୟାତ ମଧ୍ୟ ଏହି ଦଳରେ ସାମିଲ ଅଛନ୍ତି ।

ଭାରତୀୟ ଭଲିବଲ୍ ସଂଘର ସଭାପତି ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଭଳିବଲ୍ କିଟ୍ ଉପହାର ପ୍ରଦାନ କରିଥିଲେ । କିଟ୍ ଭିତ୍ତି ଭୂମୀ ଖେଳାଳିଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରାଯାଇଥିବାରୁ ଖେଳାଳିମାନେ ଥାଇଲାଣ୍ଡରେ ଭଲ ପ୍ରଦର୍ଶନ କରିବା ନେଇ ଶ୍ରୀ ସାମନ୍ତ ଆଶାବାଦୀ ଅଛନ୍ତି । ଲାସ୍ୟମୟୀ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଭାରତୀୟ ୧୮ବର୍ଷରୁ କମ୍ ମହିଳା ଭଲିବଲ୍ ଦଳରେ ସାମିଲ ହୋଇଛନ୍ତି । ଏହି ସଫଳତା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିବାରୁ ଲାସ୍ୟମୟୀ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୩ଜଣ ସାମିଲ ହୋଇଥିବାରୁ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି ଓଡ଼ିଶା ଭଲିବଲ ଆସୋସିଏସନ୍ର ସାଧାରଣ ସମ୍ପାଦକ ଡ.ଗଗନେନ୍ଦୁ ଦାଶ କହିଛନ୍ତି । ଭାରତୀୟ ମହିଳା ଭଲିବଲ୍ ଦଳରେ ରାଜସ୍ଥାନରୁ କବିତା (ଅଧିନାୟିକା), ମହାରାଷ୍ଟ୍ରରୁ ଭି ରକ୍ଷା ଖେନୱାର ଓ ବେଦିକା ସିନ୍ଧେ, ପଶ୍ଚିମବଙ୍ଗରୁ ରାଜନନ୍ଦିନୀ ମିତ୍ର, ଲିସା ଘୋଷ ଓ ବିଦିଶା ବଳ, ହରିଆଣାରୁ ତନୁ ରଥୀ, ତାମିଲନାଡୁରୁ ବିଷ୍ଣୁଶ୍ରୀ ଅରାସୁ ଓ ସ୍ୱାଥିକା ଜି ଏ, କେରଳରୁ ଭି ଅଞ୍ଜନା ଓ ତେଲେଙ୍ଗାନାରୁ କୁମାରୀ କେ ଶାନ୍ଥା ପ୍ରମୁଖ ସ୍ଥାନ ପାଇଛନ୍ତି । ସେହିପରି ଜୈସମ୍ମା ମୁଥେଡମ୍ ଦଳର ମ୍ୟାନେଜର ଥିବା ବେଳେ ମୁଖ୍ୟ କୋଚ ବିରାଳ ସାହା, ସହକାରୀ କୋଚ ଲୋତକ ବିନ୍ଦୁ ଦାସ ଓ ବିଶ୍ୱଜିତ ଘୋଷ, ରେଫେରି ସଞ୍ଜୟ କୁମାର ଅଛନ୍ତି ।

Leave a Reply

Your email address will not be published. Required fields are marked *

Related Posts