FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିସ୍ ଛାତ୍ରଛାତ୍ରୀଙ୍କ ସଫଳତା

କିସ୍ ଛାତ୍ରଛାତ୍ରୀଙ୍କ ସଫଳତା

କିସ୍ ଛାତ୍ରଛାତ୍ରୀଙ୍କ ସଫଳତା
SHARE NOW :

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟରେ ମୋଟ୍ ପାସ୍ ହାର 96.40 ପ୍ରତିଶତ ରହିଛି। ଚଳିତ ବର୍ଷ କିସ୍ରୁ 1880 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏହା ରାଜ୍ୟର କୌଣସି ସ୍କୁଲ ପାଇଁ ସର୍ବାଧିକ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 45 ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଓ 50 ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ମୋଟ ଉପରେ ପାସ୍ ହାର 100 ପ୍ରତିଶତ ରହିଛି। ମୟୂରଭଞ୍ଜ (ସାନ୍ତାଲ)ର ମକର ମୁର୍ମୁ 92.17 ପ୍ରତିଶତ (553 ନମ୍ବର) ରଖି ସ୍କୁଲ ଟପର୍ ହୋଇଥିବା ବେଳେ ଝାଡ଼ଖଣ୍ଡ (ସାନ୍ତାଲ)ର ଡିଜିଜ ଟୁଡୁ ଓ ମୟୂରଭଞ୍ଜ (ସାନ୍ତାଲ)ର ଦିନେଶ ହେମ୍ବ୍ରମ 90.33 ପ୍ରତିଶତ (542 ନମ୍ବର) ରଖି ସ୍କୁଲ ଟପର୍ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ (ଓଡ଼ାପଡ଼ା)ର ନମିତା ଓରାମ ଓ କେନ୍ଦୁଝର (ସନ୍ତାଳ)ର ରସ୍ମିତା ସ୍ବାଇଁ 90 ପ୍ରତିଶତ (540) ନମ୍ବର ରଖିଛନ୍ତି। କିସ୍ ଏକ ଆବାସିକ ବିଦ୍ୟାଳୟ ଯାହା ଆଦିବାସୀ ପିଲାମାନଙ୍କୁ ମାଗଣା ଶିକ୍ଷା ଓ ବୋର୍ଡିଂ ସୁବିଧା ଯୋଗାଇ ଦେଉଛି। ଦୀର୍ଘ 21 ବର୍ଷ ଧରି ଏହି ବିଦ୍ୟାଳୟ ବୋର୍ଡ ପରୀକ୍ଷାରେ ପ୍ରାୟ ଶତ ପ୍ରତିଶତ ରେଜଲ୍ଟ କରିଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇ କହିଛନ୍ତି କିସ୍ର ଛାତ୍ରଛାତ୍ରୀଙ୍କ ବର୍ଷକୁ ବର୍ଷ ସଫଳତା କେବଳ ଶିକ୍ଷକଙ୍କ ନିରନ୍ତର ଉଦ୍ୟମ ଏବଂ କିସ୍ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ସମର୍ପଣ ଯୋଗୁଁ ସମ୍ଭବ ହୋଇପାରିଛି ।

Leave a Reply

Your email address will not be published. Required fields are marked *

Related Posts