FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କେନାଲରେ ବୁଡିଲେ ଦୁଇ ଛାତ୍ର , ଜଣେ ମୃତ

କେନାଲରେ ବୁଡିଲେ ଦୁଇ ଛାତ୍ର , ଜଣେ ମୃତ

କେନାଲରେ ବୁଡିଲେ ଦୁଇ ଛାତ୍ର , ଜଣେ ମୃତ
SHARE NOW :


ଆନନ୍ଦପୁର(ନାଳାଚଳ ନ୍ୟୁଜ/ଲାଇଭ ଓଡିଶା) : : କେନାଲ ରେ ଗାଧଉଥିବା ସମୟରେ ଦୁଇ ଛାତ୍ର ନିଖୋଜ । ହାଟଡ଼ିହି ବ୍ଲକ ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର ମୁଖ୍ୟ କେନାଲ ରେ ଗାଧଉଥିବା ସମୟରେ ଅସାବଧାନତା ବଶତଃ ଭାସିଯାଇ ଦୁଇ ଛାତ୍ର ନିଖୋଜ ହୋଇଥିବା ଜଣାପଡିଛି। ଭାସିଯାଇଥିବା ଛାତ୍ର ଙ୍କ ମଧ୍ୟରୁ ଜଣେ ପନ୍ଦାଡ଼ ଗାଁ ର ୧୦ମ ଶ୍ରେଣୀର ଛାତ୍ର ବବୁଲ ଦାସ ଏବଂ ଅନ୍ୟ ଜଣକ ନିକଟସ୍ଥ ପଦରୁଖା ଗାଁର ନବମ ଶ୍ରେଣୀର ଛାତ୍ର ହିମାଂଶୁ ରାଉତ। ସୂଚନା ଅନୁସାରେ କେନାଲ ରେ ଚାରି ଜଣ ଛାତ୍ର ଗାଧୋଉଥିବା ବେଳେ ଏହି ଦୁଇ ଜଣ ଭାସିଯାଇ ନିଖୋଜ ହୋଇଯାଇଥିଲେ। ସେଥିମଧ୍ୟରୁ ହିମାଂଶୁ ରାଉତ ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ହାଟଡ଼ିହି ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଛି। ।

Leave a Reply

Your email address will not be published. Required fields are marked *

Related Posts