କେନ୍ଦୁଝର ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

SHARE NOW :
କେନ୍ଦୁଝର(ଲାଇଭ ଓଡ଼ିଶା ନ୍ୟୁଜ୍/ଦୀପକ ନାୟକ): ଚଂପୁଆରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ଚଂପୁଆ ଏନଏସି ଅଧିନରେ ଥିବା ରାମଲା ଠାରେ ପାଳିତ ହୋଇଥିବା ଜଣାପଡିଛିା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଏହା ପାଳନ କରାଯାଇଛି । ସୂଚନା ଅନୁସାରେ କାର୍ଯ୍ୟକ୍ରମରେ ବନପାଳ ପିଅନ ନାୟକ, ରମାକାନ୍ତ ପ୍ରଧାନଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସଦସ୍ୟମାନେ ଗଛ ଲଗାଇବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନେ ସାମିଲ୍ ହେବା ଉଚିତ୍ ବୋଲି କହିଥିଲେ । କରୋନା କଟକଣା କୁ ସଠିକ୍ ରୁପେ ମାନି ଏହି ବନମହୋତ୍ସବ କାର୍ଯ୍ୟକ୍ରମ କୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ପାଳନ କରାଯାଇଛି ।