- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- କ୍ରମାଗତ ଭାବେ ବଢିଚାଲିଛି ତେଲ ଦର
କ୍ରମାଗତ ଭାବେ ବଢିଚାଲିଛି ତେଲ ଦର

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍): କରୋନା ମହାମାରୀର ଆଗମନ ପରେ ସାରା ଦେଶର ଅର୍ଥନୀତି ବିଗିଡି ଯାଇଛି । ଏହା ଭିତରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ହେତୁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଦର । ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବାବେଳେ ଡିଜେଲ ୩୨ ପଇସା ବଢ଼ିଛି।
ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୫୪ ପଇସା ଏବଂ ଡିଜେଲ ୯୮ ଟଙ୍କା ୧୧ ପଇସା ହୋଇଛି। ସେହିପରି ଗୁରୁବାର ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୨୯ ପଇସା ଏବଂ ଡିଜେଲ ୯୭ ଟଙ୍କା ୭୯ ପଇସା ରହିଥିଲା। ବୁଧବାର ପେଟ୍ରୋଲ ଦର ୧୦୨.୦୪ ରହିଥିବାବେଳେ ଡିଜେଲ ୯୭.୪୬ ରହିଥିଲା। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ୦୯ ପଇସା ଥିବାବେଳେ ଡିଜେଲ ଦର ୧୦୩ ଟଙ୍କାରୁ ଅଧିକ ଥିବା ସୂଚନା ମିଳିଛି।
ତଥ୍ୟ ଅନୁସାରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୯୫ ପଇସା ଥିବାବେଳେ, ଡିଜେଲ ଲିଟର ପିଛା ୯୭ ଟଙ୍କା ୮୪ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ୯୯ ଟଙ୍କା ୫୮ ପଇସା, ଡିଜେଲ ଲିଟର ପିଛା ୯୪ ଟଙ୍କା ୭୪ ପଇସା ଏବଂ କୋଲକାତାରେ ପେଟ୍ରୋଲ ଦର ୧୦୨ ଟଙ୍କା ୪୭ ପଇସା, ଡିଜେଲ ଲିଟର ପିଛା ୯୩ ଟଙ୍କା ୨୭ ପଇସା ରହିଛି।