FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କ୍ୟାମ୍ପ ହାଟିଙ୍ଗରେ ଅବକାରୀ ବିଭାଗର ଚଢ଼ାଉ , ବାଇକ ସହିତ ଦୁଇ ଗିରଫ

କ୍ୟାମ୍ପ ହାଟିଙ୍ଗରେ ଅବକାରୀ ବିଭାଗର ଚଢ଼ାଉ , ବାଇକ ସହିତ ଦୁଇ ଗିରଫ

କ୍ୟାମ୍ପ ହାଟିଙ୍ଗରେ ଅବକାରୀ ବିଭାଗର ଚଢ଼ାଉ , ବାଇକ ସହିତ ଦୁଇ ଗିରଫ
SHARE NOW :

କେନ୍ଦୁଝର( ଲାଇଭ୍ ଓଡିଶା ନ୍ୟୁଜ୍‌/ଦିଗାମ୍ବର ବେହେରା): ଯୋଡ଼ାବ୍ଲକ ଅନ୍ତର୍ଗତ ଏକ କ୍ୟାମ୍ପହାଟିଙ୍ଗରେ ଆଜି ଚଢଉ କରାଯାଇଛି । କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶ କ୍ରମେ ବଡ଼ବିଲ ଅବକାରୀ ଉପନିରୀକ୍ଷକ ଗୋବନ୍ଦ ନାଏକଙ୍କ ତତ୍ୱାବଧାନାରେ ଆଜି ସକାଳୁ ଅବକାରୀ ବିଭାଗର ଏକ ଦଳ କ୍ୟାମ୍ପହାଟିଙ୍ଗରେ ଅତର୍କିତ ଚଢ଼ାଉ କରିଥିବା ଜଣାପଡିଛି ।


ଏହି ଚଢ଼ାଉରେ ଉକ୍ତ କ୍ୟାମ୍ପରେ ଥିବା ସୁରେଶ ମୁଣ୍ଡା ଓ ବିପିନ କେରାଇଙ୍କୁ ଗିରଫ କରାଯିବା ସହିତ ଏକ ହିରୋହଣ୍ଡା ମଟର ସାଇକେଲ ଜବତ କରିଥିବା ଜଣାପଡିଛି । ଏଥିସହିତ ୫୪ ଲିଟର ମହୁଲି ମଦ ସହ ୮ କୁଇଣ୍ଟାଲ ପୋଚ ମହୁଲ ଜବତ କରିବା ସହ ଅନେକ ଗୁଡିଏ ମଦ ରନ୍ଧା ସାମଗ୍ରୀ ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି ।


ଅବକାରୀ ବିଭାଗ ତରଫରୁ ବାରମ୍ବାର ଏହି ସ୍ଥାନରେ ଚଢ଼ାଉ କରାଯାଇ ମଦ ଜବଦ କରିବା ସହିତ ମଦ ରନ୍ଧା ସାମଗ୍ରୀ ଗୁଡିକୁ ନଷ୍ଟ କରୁଥିଲେ ମଧ୍ୟ ଲୋକମାନେ ଏହାକୁ ଭୃକ୍ଷେପ କରୁନଥିବା ବଡ଼ବିଲ ଅବକାରୀ ଉପ ନିରୀକ୍ଷକ କହିଛନ୍ତି । ଆଜିର ଏହି ଚଢ଼ାଉରେ ଶ୍ରୀ ନାଏକଙ୍କ ସହିତ ଏ ଏସ ଆଇ ପୁଷ୍ପଲତା ଗୋସ୍ୱାମୀ , ରଞ୍ଜନ କୁମାର ସାହୁ , କନେଷ୍ଟବଳ ତପନ କୁମାର ସାହୁ , ଜଗମୋହନ ବେହେରା , ଅନନ୍ତ ରାଜ , କୃଷ୍ଣ ସେଠି , ସଂଗୀତା ନାଏକ , ରାଜୀବ ଲୋଚନ ନାଏକ , ଦୀପ୍ତିମୟୀ ବେହେରା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Related Posts