FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଖରିଫ ଋତୁ ଧାନ ସଂଗ୍ରହ ପାଇଁ ସୁବର୍ଣ୍ଣପୁରରେ ବୈଠକ

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ସୁବର୍ଣ୍ଣପୁରରେ ବୈଠକ

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ସୁବର୍ଣ୍ଣପୁରରେ ବୈଠକ
SHARE NOW :

ଆଗାମୀ ଡିସେମ୍ବର ୬ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ୧୦୩ ଗୋଟି କ୍ରୟ କେନ୍ଦ୍ର ଜରିଆରେ ଧାନ ସଂଗ୍ରହ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ସୂଚନା ଦେଇଛି ।ଜିଲ୍ଲାରେ ଦୁଇ ଗୋଟି ନିୟନ୍ତ୍ରିତ ବଜାର କମିଟି ଡୁଙ୍ଗୁରିପାଲି ଓ ବୀରମହାରାଜପୁରର କ୍ରୟ କେନ୍ଦ୍ର ସହିତ ଜିଲ୍ଲାର ୬୪ ଗୋଟି କୃଷି ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ କରିବା ପାଇଁ ବ୍ୟାପକ ବ୍ୟବସ୍ଥାା କରାଯାଇଛି ।ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୩ ହଜାର ୮୫୮ ଜଣ ଚାଷୀ ପଂଜିକୃତ କରିଛନ୍ତି ।ମଣ୍ଡି ଗୁଡିକରେ ଚାଷୀମାନଙ୍କ ପାଇଁ ପାନୀୟ ଜଳ, ବିଜୁଳି , ଟ୍ରପୋଲିନ ଓ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।ବୈଠକରେ ଉପସ୍ଥିତ ଚାଷୀ ପ୍ରତିନିଧି ଓ ମିଲର୍ସଙ୍କ ତରଫରୁ ଗତ ବର୍ଷ ରବି ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଟୋକନ ସମସ୍ୟା ଓ ବିକ୍ରୟ ମୂଲ୍ୟ ପ୍ରଦାନ ଦିଗରେ ଧ୍ୟାନ ଦେବା ସହିତ ଚାଷୀ କିଭଳି ନିଜ ଉତ୍ପାଦିତ ଧାନ ସହଜ ଭାବେ ସରକାରୀ ଧାର‌୍ୟ୍ୟ ଦରରେ ବିକ୍ରୀ କରି ପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ଜିଲ୍ଲା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଚାଷୀଙ୍କ ଉତ୍ପାଦିତ ଧାନ ସଂଗ୍ରହ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts