FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଗଜପତିରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ

ଗଜପତିରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ

ଗଜପତିରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) :ଓଡିଶାର ପ୍ରତ୍ୟେକ ଜିଲ୍ଲାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପ୍ରକାର ବହୁମ୍ରୁଖୀ ଯୋଜନାମାନ କରୁଛନ୍ତି । କୋଭିଡ ପରିଚାଳନା ପାଇଁ ହେଉ କି ବନ୍ୟା ବାତ୍ୟାକୁ ସାମ୍ନା କରିବା ହେଉ ମିଳିତ ଜାତାସଂଘର ସମ୍ମିଳନୀରେ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ସବୁଠୁ ଆଗରେ ରହିଛି । ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଯୋଜନାକୁ ସଫଳ କରିବା ପାଇଁ , ସାରା ରାଜ୍ୟବାସୀଙ୍କର ଆରୋଗ୍ୟ କାମନା କରି ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅର୍ନ୍ତଗତ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଜିଲ୍ଲା ଗସ୍ତ କରି ନିଜ ହାତରେ ହିତାଧୀକାରୀ ମାନଙ୍କୁ ଏହି କାର୍ଡ ବଣ୍ଟନ କରୁଛନ୍ତି

ପୂର୍ବରୁ ବାଲେଶ୍ୱର,ସମ୍ବଲପୁର,ସୁନ୍ଦରଗଡ,ମାଲକାନାଗିରି,ବଲାଙ୍ଗୀର ଆଦି ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିବା ବେଳେ, ଆଜି ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ନୀତି ଆୟୋଗର ଡେଲଟା ରେଟିଙ୍ଗସ୍ ଅନୁସାରେ ଗଜପତି ଜିଲ୍ଲା ପ୍ରଥମ ଅଧିକାର କରିଛି । ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ଜଳ ସମ୍ବଦ,କୃଷି ଆଦି ଅନେକ ସ୍ତରରେ ଗଜପତି ଜିଲ୍ଲାକୁ ଆଗେଇ ନେବାରେ ମୁଖ୍ୟମନ୍ତ୍ରୀଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ।


ଗଜପତି ଜିଲ୍ଲାରେ ମୋଟ ୯୬ ହଜାର ହିତାଧିକାରୀଙ୍କୁ ଚୟନ କରି ତାଲିକାଭୁକ୍ତ କରାଯାଇଥିଲା । ତେବେ ମୋଟ ୧ଲକ୍ଷ୪୫ ହଜାର ହିତାଧୀକାରୀ ମାନଙ୍କୁ ଦିଆଯାଇଛି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଯୋଗଦେଇ ୭୯୬ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ଗଜପତି ଜିଲ୍ଲାର ପାରିପାର୍ଶ୍ୱିକ ଉନ୍ନତି ପାଇଁ ୩୬ କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଘୋଷଣା କରିଛିନ୍ତି । କେବଳ ଓଡିଶାରେ ନୁହେଁ ଦେଶର ଯେକୌଣସି ସ୍ଥାନରେ ମଧ୍ୟ ହିତାଧିକାରୀମାନେ ଏହି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ସଫଳ ଫାଇଦା ଉଠାଇପାରିବେ । ଗଜପତିର ପ୍ରତିଟି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ କେବଳ ମୋର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Related Posts