FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଗଞ୍ଜାମର ସର୍ବବୃହତ ବସଷ୍ଟାଣ୍ଡ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମର ସର୍ବବୃହତ ବସଷ୍ଟାଣ୍ଡ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମର ସର୍ବବୃହତ ବସଷ୍ଟାଣ୍ଡ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
SHARE NOW :

ଗଞ୍ଜାମ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): କେବଳ ସ୍ମାର୍ଟ ସିଟି ନୁହେଁ ଛୋଟ ଛୋଟ ସହରର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ନୂଆ ବସ ଟର୍ମିନାଲ ଉଦଘାଟନ କରିଛନ୍ତି । ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇଛି ।
ଦିଗପହଣ୍ଡି ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ହୋଇଥିବା ବେଳେ ବସଷ୍ଟାଣ୍ଡ ନଥିବା ଯୋଗୁଁ ବିଭିନ୍ନ ଗାଁକୁ ଯିବା ନିମନ୍ତେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତବର୍ଷ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକ୍ଷମ ହୋଇଛି । ବହୁ ଦିନର ସମସ୍ୟା ଦୂର ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।
ସେହିପରି କପା ଜିନିଂ ମିଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । କପା ମିଲ ନଥିବା ଯୋଗୁଁ ଚାଷୀମାନେ କପା ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ୩ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଜିନିଂ ମିଲ ଦ୍ୱାରା ୧୫ ଶହ କପାଚାଷୀ ଉପକୃତ ହେବେ। କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

Related Posts