ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ସଫେଇ କାର୍ଯ୍ୟକ୍ରମ

SHARE NOW :
କେନ୍ଦୁଝର(ଲାଇଭ୍ ଓଡିଶା ନ୍ୟୁଜ୍) ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ଜୟନ୍ତୀ । ଏହି ଦିନଟିକୁ ମନେ ପକେଇବାକୁ ଯାଇ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଥିବା ଦେଖିବାକୁ ମିଳୁଛି । ସେହିଭଳି ଆଜି ସକାଳୁ ଯୋଡ଼ା ପୌରପାଳିକାର ବିଜେଡି ନଗର ସଭାପତି ଚତୁର୍ଭୁଜ ପଳେଇଙ୍କ ନେତୃତ୍ୱରେ ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମେ ଜୋଡାସ୍ଥିତ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରିବା ସହିତ ଉପସ୍ଥିତ ସଭା ମଣ୍ଡଳୀଙ୍କୁ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଛି ।
ପରେ କୁମାରଯୋଡ଼ା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ଡାକ୍ତରଖାନା ପରିସରକୁ ଝାଡୁ ମାରି ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ଯୁବ ବିଜେଡି ସଭାପତି ବିଜୟ ଲୋହାର , ଛାତ୍ର ବିଜେଡି ସଭାପତି ଦୀପ୍ତିରଞ୍ଜନ ବାରିକ ଓ ବିଜେଡି ଦଳର ଶତାଧିକ କର୍ମୀ ଯୋଗଦେଇଥିବା ଜଣାପଡିଛି ।
ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଗାନ୍ଧୀ ଜୟନ୍ତୀ ଠାରୁ ଆସନ୍ତା ୩୦ ତାରିଖ ଯାଏ ପୌରପାଳିକା ଅନ୍ତର୍ଗତ ସମସ୍ତ ୱାର୍ଡ ଗୁଡିକରେ ସଫେଇ କାର୍ଯ୍ୟକ୍ରମ ଜାରି ରହିବା ସହିତ ଅନ୍ୟାନ୍ୟ ଜନମଙ୍ଗଳ କାରୀ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଭାପତି ଚତୁର୍ଭୁଜ ପଳେଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି