FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଗିରଫ ହେଲେ ୪ ଅଭିଯୁକ୍ତ

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଗିରଫ ହେଲେ ୪ ଅଭିଯୁକ୍ତ

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଗିରଫ ହେଲେ ୪ ଅଭିଯୁକ୍ତ
SHARE NOW :

ବାଲେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌): ଚାନ୍ଦିପୁରରୁ ଗିରଫ ହେଲେ ୪ ଅଭିଯୁକ୍ତ । ପଡୋସୀ ଦେଶକୁ ଦେଉଥିଲେ ପ୍ରତିରକ୍ଷା ସମର୍କିତ ଗୁପ୍ତତଥ୍ୟ । ସୋମବାର ବିଳମ୍ବିତ ରାତିରେ ,ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ବାଲେଶ୍ଵର ପୁଲିସ। ଉକ୍ତ ଅଭିଯୁକ୍ତ ମାନଙ୍କ ଘର ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈରୁ ବୋଲି ଜଣାପଡିଛି । ସମ୍ପୂର୍ଣ ଜେରା ପରେ ସେମାନଙ୍କୁ ଗିରଫ କରିଛି ପୁଲିସ । ସୁଚନା ଅନୁଯାଇ ଅଭିଯୁକ୍ତମାନେ ଡିଆରଡିଓରେ ଏସି ଓ ଜେନେରେଟର ଅପରେଟର ଭାବେ କାର‌୍ୟ୍ୟକରୁଥିବା ଜଣାପଡିଛି।


ଅଟକ ଯୁବକମାନେ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ୟ ପ୍ରଘଟ କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟି ଟିମ୍ ଗଠନ କରାଯାଇଥିଲା। ଯେଉଁଥିରେ ୬ ଡିଏସପି ଓ ୬ ଜଣ ଆଇଆଇସି ରହିଛନ୍ତି। ତିନି ଦିନର ତନାଘନା ପରେ ପୁଲିସ ୪ ସନ୍ଦିଗ୍ଧଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିଥିଲା। ସେମାନଙ୍କୁ ମାରାଥନ ଜେରା ପରେ ପୁଲିସ ଗିରଫ କରିଛି। ଏମାନେ ବିଦେଶୀ ସଂସ୍ଥା ସହ ଫୋନରେ କଥା ହୋଇଥିବା ସନ୍ଦେହ କରାଯାଉଛି।
ପୂର୍ବରୁ ୨୦୧୫ରେ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଦେବା ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *

Related Posts