- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଗୋଟିଏ ଦିନରେ ଦୁଇଟି ମୁଣ୍ଡ ନେଲା ମୁଣ୍ଡଳୀ
ଗୋଟିଏ ଦିନରେ ଦୁଇଟି ମୁଣ୍ଡ ନେଲା ମୁଣ୍ଡଳୀ

SHARE NOW :
କଟକ(ଲାଇଭ୍ ଓଡିଶା ନ୍ୟୁଜ୍):ଗତକାଲି ମୁଣ୍ଡଳୀଠାରେ ‘ଅପରେସନ ଗଜ ଉଦ୍ଧାର’ ରେ ନିୟୋଜିତ ହୋଇଥିବା ଓଡ୍ରାଫ ବୋଟଟି ଓଲଟି ଯାଇଥିଲା । ଏଥିରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ସମେତ ୮ଜଣ ଥିଲେ । ସେଥିମଧ୍ୟରୁ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ, ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତକ ଓଡ୍ରାଫ କର୍ମଚାରୀ ଜଣଙ୍କ ହେଲେ ସୀତାରାମ ମୁର୍ମୁ । ଏନେଇ ଏସ୍ଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୂର୍ବରୁ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ଏନଡିଆରଏଫର ଦୁଇଟି ବୋଟ୍ ସର୍ଚ୍ଚ ଅପରେସନରେ ଲାଗିଥିଲା। ଏହାପରେ ଆଜି ଏନଡିଆରଏଫ୍ର ୮ଟି ଟିମ୍କୁ ଖୋଜାଖୋଜି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ବ୍ୟାରେଜଠାରୁ ପ୍ରାୟ ୨ କି.ମି ଦୂରରୁ ସୀତାରାମଙ୍କ ଶବକୁ ଠାବ କରାଯାଇ ଉଦ୍ଧାର କରାଯାଇଥିଲା ଏନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି।
ସୀତାରାମଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏସଆରସି ପ୍ରଦୀପ ଜେନା। ଏନେଇ ଟ୍ୱିଟ କରି ସେ କହିଛନ୍ତି, ଓଡ୍ରାଫ ଟିମ୍ ସଦସ୍ୟ ସୀତାରାମ ମୁର୍ମୂ ଯେକି ଜଣେ ଦକ୍ଷ ଡ୍ରାଇଭର, ପହଁରା ଜାଣିଥିବା ବ୍ୟକ୍ତି ଥିଲେ ଗତକାଲି ବୋଟ ଟ୍ରାଜେଡି ସମୟରେ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରେସକ୍ୟୁ ଅପରେସନ ନିମନ୍ତେ ଥିବା ଗାଇଡଲାଇନ୍କୁ ଆହୁରି କଡ଼ାକଡି କରିବାକୁ ଡିଜିପିଙ୍କୁ ଅନୁରୋଧ କରୁଛି । ଭବିଷ୍ୟରେ ଯେପରି କୌଣସି ରେସକ୍ୟୁ ଅପରେସନରେ ସାଧାରଣ ଲୋକ ତଥା ଗଣମାଧ୍ୟମ ପ୍ରତିନିଧୀଙ୍କୁ ସାମିଲ କରା ନ ଯାଏ ଏଥିନିମନ୍ତେ SOP ଆଣିବାକୁ SRC କହିଛନ୍ତି।