FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଗ୍ୟାଙ୍ଗଷ୍ଟାର ହାଇଦରର ପୁଅକୁ ଆଜୀବନ କାରାଦଣ୍ଡ

ଗ୍ୟାଙ୍ଗଷ୍ଟାର ହାଇଦରର ପୁଅକୁ ଆଜୀବନ କାରାଦଣ୍ଡ

ଗ୍ୟାଙ୍ଗଷ୍ଟାର ହାଇଦରର ପୁଅକୁ ଆଜୀବନ କାରାଦଣ୍ଡ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେକ୍ ହାଇଦର ଅଲ୍ଲୀର ପୁଅ ସେକ୍ କାଦିର ଓରଫ୍ ମୁନ୍ନାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ। ଦାଦାବଟି ଆଦାୟଠୁ ନେଇ ହତ୍ୟା ଓ ଅପହରଣ ଭଳି ବଡ଼ ବଡ଼ ଅପରାଧରେ ଲିପ୍ତ ଥିବା ମୁନ୍ନାକୁ ଆଜି କେନ୍ଦ୍ରାପଡା ଜିଲ୍ଲା ଜଜ୍ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛି। ବ୍ୟବସାୟୀ ସାହା ନବାଜଙ୍କୁ ଦାଦାବଟି ମାଗି ବିଫଳ ହେଲା ପରେ ସେକ୍ କାଦିର ତାଙ୍କ ଦୋକାନରେ ପଶି ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜିଲ୍ଲା ଜଜ୍ ଏହି ରାୟ ଶୁଣାଇଛନ୍ତି ।


ଦୁଇ ମାସ ତଳେ କଟକ ବଡ ମେଡିକାଲରୁ ଚିକିତ୍ସାଧିନ ଅବସ୍ଥାରେ ହାଇଦର ଫେରାର ହୋଇଯିବା ଘଟଣାରେ ମଧ୍ୟ ମୁନ୍ନାର ହାତ ରହିଥିବା ସନ୍ଦେହ କରାଯାଉଥିଲା । ମାତ୍ର ଏକ କେସ୍ ରେ ମୁନ୍ନା ଜେଲ ରେ ରହିଥିବାରୁ ସେ ଦିଗରେ ପୋଲିସ୍ ହାତରେ କୌଣସି ପ୍ରମାଣ ଲାଗିନଥିଲା

Leave a Reply

Your email address will not be published. Required fields are marked *

Related Posts