FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର

ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର

ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର
SHARE NOW :

କେନ୍ଦୁଝର (ଦିଗାମ୍ବର ବେହେରା/ଲାଇଭ୍ ଓଡିଶା ନ୍ୟୁଜ୍‌) ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ସ୍ୱାମୀ ଥାନାରେ ଅଟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ରୂପା ସାହିରେ । ଗତକାଲି ସେହି ଗ୍ରାମର ସୁରୁ କାରୁଆଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା ।

ଏନେଇ ସେମାନେ ଯୋଡ଼ା ପୋଲିସକୁ ସୂଚନା ଦେଇଥିଲେ । ଯୋଡ଼ା ପୋଲିସ୍ ସେଠାରେ ପହଁଚିବା ପରେ ଜଣାପଡ଼ିଥିଲା ଯେ, ଘର ଭିତରେ ସୁରୁ କାରୁଆଙ୍କ ବୋହୁ ସୁନୀତା କାରୁଆଙ୍କ ମୃତଦେହ ପଡ଼ି ରହିଛି ଏବଂ ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି ।
୩/୪ ଦିନ ପୂର୍ବେ ସୁନୀତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରୁଛି ପୋଲିସ୍ । ଆଜି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକର ସ୍ୱାମୀ ସୁରେନ୍ କାରୁଆକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ୍ । ତେବେ କେଉଁ ପରିସ୍ଥିତିରେ ସୁନୀତାଙ୍କର ମୃତ୍ୟୁ ଘଟିଲା ଏବଂ ଏହା ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି ସେନେଇ ଖୋଳତାଡ଼ ଚଳାଇଛି ପୋଲିସ୍ ।


ସୂଚନା ଅନୁଯାୟୀ, ସୁରେନଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ସୁନୀତାଙ୍କୁ ବିବାହ କରିଥିଲେ ଏବଂ ସେ ତାଙ୍କ ବାପା ଓ ପତ୍ନୀଙ୍କ ସହିତ ଏହି ଘରେ ରହି ଆସୁଥିଲେ । ସେପଟେ ବାପା ସୁରୁଙ୍କ କହିବା ଅନୁଯାୟୀ, ପୁଅ ବୋହୁ ଅଧିକାଂଶ ସମୟରେ ମଦ୍ୟ ପାନ କରି ମାଡ଼ପିଟ ହୁଅନ୍ତି । ତେବେ ସୁନୀତାଙ୍କ ମୃତ୍ୟୁ କିପରି ଘଟିଲା ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି । ସେପଟେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *

Related Posts