FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଚଳିତ ମାସ ପ୍ରକାଶ ପାଇବ ୧୦ମ ଫଳାଫଳ : ୟୁଟୁବ୍‌ରେ ପଢିବେ ପିଲାଏ

ଚଳିତ ମାସ ପ୍ରକାଶ ପାଇବ ୧୦ମ ଫଳାଫଳ : ୟୁଟୁବ୍‌ରେ ପଢିବେ ପିଲାଏ

ଚଳିତ ମାସ ପ୍ରକାଶ ପାଇବ ୧୦ମ ଫଳାଫଳ : ୟୁଟୁବ୍‌ରେ ପଢିବେ ପିଲାଏ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍ ) : ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲଟ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ଫଳାଫଳ ପ୍ରକାଶ କରିବା ପାଇଁ ଚେଷ୍ଟା କରାଯାଉଛି । ଖାତା ମୂଲ୍ୟାଙ୍କନ କାର୍ଯ୍ୟ ସଠିକ ଭାବେ କରାଯାଉଛି ବୋଲି କହିଛନ୍ତି ସମୀର ରଞ୍ଜନ ଦାଶ ।ତେବେ ସ୍କୁଲ କେବେ ଖୋଲିବ କୌଣସି ନିଷ୍ପତି ନିଆଯାଇନାହିଁ । ଆସନ୍ତା ୧୭ ତାରିଖରୁ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ୟୁଟୁବ୍ ମାଧ୍ୟମରେ ଶିକ୍ଷା ଦାନ କରାଯିବାର ବ୍ୟବସ୍ଥା କରାଯିବ । ସକାଳ ୧୦ ଟାରୁ ଅପରାହ୍ନ ୧ ଟା ସମୟ ମଧ୍ୟରେ ପାଠପଢା ହେବ । ସମସ୍ତ ଜିଲ୍ଲାର ଡିଇଓମାନଙ୍କୁ ପାଠପଢାର ବିଷୟ ବସ୍ତୁ ସ୍ଥିର କରିବା ପାଇଁ କୁହାଯାଇଛି । ଆସନ୍ତା ୧୮ ତାରିଖରେ ୩୦ ଜିଲ୍ଲାର ସମସ୍ତ ଡିଇଓମାନଙ୍କ ସହ ଆଲୋଚନା କରାଯିବ । ଦଶମ ଶ୍ରେଣୀର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଥିବା ବେଳେ ଯୁକ୍ତ ଦୁଇ ବର୍ଷର ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶ ପାଇଁ ବିଶେଷଜ୍ଞମାନଙ୍କ ରିପୋର୍ଟ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Leave a Reply

Your email address will not be published. Required fields are marked *

Related Posts