FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜାତିସଂଘ ପକ୍ଷରୁ କିସ୍‍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର

ଜାତିସଂଘ ପକ୍ଷରୁ କିସ୍‍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର

ଜାତିସଂଘ ପକ୍ଷରୁ କିସ୍‍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର
SHARE NOW :

ଭୁବନେଶ୍ୱର : ଆଜି କିସ୍‍ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍‍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍‍ନାଲ୍‍ ଲିଟେରାସି ପୁରସ୍କାର- ୨୦୨୨ । ଆଜି ଆଫିକ୍ରାର ଡି ଆଇଭୋର କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କିସ୍‍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ କିସ୍‍କୁ ୨୦ ହଜାର ଆମେରିକୀୟ ଡଲାର ଓ ମେଡାଲ୍‍ ଓ ପ୍ରଶସ୍ତିପତ୍ର ପ୍ରଦାନ କରଯାଇଥିଲା । ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‍ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ୫ମ ଅନୁଷ୍ଠାନ ଓ ତୃତୀୟ ଏନ୍‍ଜିଓ । ଏହା ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ । ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଏହି ଖୁସିରେ ଉତ୍ସବ ମନାଇଥିଲେ । ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ ।
ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‍ ହେଉଛି ବିଶ୍ୱର ସର୍ବବୃହତ ଆବାସିକ ଓ ଜନଜାତି ଶିକ୍ଷାନୁଷ୍ଠାନ । କିସ୍‍ରେ ଅଧ୍ୟୟନରତ ୩୦ହଜାର ଜନଜାତି ଛାତ୍ରଛାତ୍ରୀ ଓ ଉତ୍ତୀର୍ଣ୍ଣ ୪୦ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସାମଗ୍ରିକ ବିକାଶ, ଧନ୍ଦାମୂଳକ ତାଲିମ ଓ କ୍ରୀଡାରେ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ ସମସ୍ତ ପ୍ରକାର ସୁଯୋଗ ଯୋଗାଇ ଦେଉଛି । ୧୯୯୩ ମସିହାରେ ୧୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଶିକ୍ଷାନୁଷ୍ଠାନରେ ପରଣିତ ହୋଇଛି । ୨୦୧୫ ମସିହାରୁ କିସ୍‍ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ ଦ୍ୱାରା ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭର ମାନ୍ୟତା ପାଇଛି । ଏହାଛଡ଼ା ଜାତିସଂଘର ବିଭିନ୍ନ ସଂସ୍ଥା ଓ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ସହ କିସ୍‍ର ସହବନ୍ଧନ ରହିଆସିଛି ।

Leave a Reply

Your email address will not be published.

Related Posts