FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି, ସଜାଗ ଅଛନ୍ତି ଗୋଟିଏ ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନ

ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି, ସଜାଗ ଅଛନ୍ତି ଗୋଟିଏ ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନ

ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି, ସଜାଗ ଅଛନ୍ତି ଗୋଟିଏ ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନ
SHARE NOW :

ମୟୂରଭଞ୍ଜ(ସତ୍ୟଜିତ କଲିଆ/ଲାଇଭ୍ ଓଡିଶା ନ୍ୟୁଜ୍‌): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପାଇଁ ଉତ୍ତର ଓଡିଶାକୁ ଅରେଞ୍ଜ ଆଲର୍ଟ କରାଯାଇଛି। ବିଶେଷ କରି ଉତ୍ତର ଓଡିଶାର ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲା ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାବର୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିବା ସହିତ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଗୁଡିକରେ ଜଳ ସ୍ଥର ବୃଦ୍ଧି ହେବା ଦ୍ୱାରା ବନ୍ୟା ପରିସ୍ଥିତିର ଆଶଙ୍କା କରାଯାଉଛି।


ଗତକାଲି ରାତିରୁ ବଡ଼ସାହି ବ୍ଲକରେ ଗୋଟିଏ ଏନଡିଆରଏଫ ଟିମ ଓ ବିଭିନ୍ନ ବ୍ଲକରେ ଓଡ୍ରାଫ ଟିମ ସଜାଗ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ରାସଗୋବିନ୍ଦପୁର, ବେତନଟି, ମୋରଡ଼ା, ଶୁଳିଆପଦା, ବଡ଼ସାହି, ଖୁଣ୍ଟା, ଗୋପବନ୍ଧୁ ନଗର, ସାମାଖୁଣ୍ଟା ଓ ଉଦଳା ଆଦି ସମସ୍ତ ବ୍ଲକରେ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ଆସୁଥିବା ବନ୍ୟା ସ୍ଥିତିକୁ ନେଇ ତତ୍ପର ରହିଛନ୍ତି। ପ୍ରତି ଘଣ୍ଟାରେ ନଦୀ ଓ ରିଜର୍ଭର ଗୁଡିକର ଜଳ ସ୍ଥରକୁ ମନିଟରିଂ କରାଯାଉଛି। ଆବଶ୍ୟକ ପଡ଼ିଲେ ବନ୍ୟାଞ୍ଚଳ ଗୁଡିକରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରି ଉଚିତ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Related Posts