FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଜୁଆଡି ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଜୁଆଡି ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଜୁଆଡି ଗିରଫ
SHARE NOW :

ରାୟଗଡା(ଲାଇଭ୍ ଓଡିଶା ନ୍ୟୁଜ୍) : ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ରେଗେଡା ଗ୍ରାମ , କାଜୁ ଜଙ୍ଗଲରେ ଚାଲୁଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ । ଏହି ସ୍ଥାନ ରାୟଗଡା ଓ ଗଜପତି ସୀମାନ୍ତ ରେ ରହିଥିବାରୁ ଏଠାରେ ବର୍ଷ ତମାମ ଆନ୍ଧ୍ର ରୁ ଜୁଆଡି ମାନେ ଆସି ଆଡ୍ଡା ବସାଇଥାନ୍ତି ।


ଏହି ଚଢ଼ାଉ ବେଳେ ୧୫ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି ।ଏଥିସହ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା ,୧୨ ଟି ଦାମିକାର, ଗୋଟିଏ ଅଟୋ, ଏବଂ ୧୯ ଟି ମୋବାଇଲ ଫୋନ ଜବତ କରିଛି । ସମସ୍ତ ଜୁଆଡି ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଏବଂ ପାରଳାଖେମୁଣ୍ଡି ଅଞ୍ଚଳର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଯଶବନ୍ତ ହିଆଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts