FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜୁନାଗଡରେ ଶଙ୍ଖ ଫୁଙ୍କିଲେ ଶତାଧିକ ବିରୋଧୀ କର୍ମୀ

ଜୁନାଗଡରେ ଶଙ୍ଖ ଫୁଙ୍କିଲେ ଶତାଧିକ ବିରୋଧୀ କର୍ମୀ

ଜୁନାଗଡରେ ଶଙ୍ଖ ଫୁଙ୍କିଲେ ଶତାଧିକ ବିରୋଧୀ କର୍ମୀ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ସଶକ୍ତ ହେଉଛି ବିଜେଡି । ହାତ ଓ ପଦ୍ମ ଛାଡି ଲୋକେ ଧାଇଁଛନ୍ତି ଶଙ୍ଖ ପାଖକୁ । ଆଜି ଜୁନାଗଡରେ ବିଜେଡିର ମିଶ୍ରଣ ପର୍ବରେ ଶଙ୍ଖ ଫୁଙ୍କିଛନ୍ତି ଶତାଧିକ ବିରୋଧୀ କର୍ମୀ । ଆଜିର ମିଶ୍ରଣ ପର୍ବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଜୁନାଗଡ଼ ଓ ଧର୍ମଗଡ ନିର୍ବାଚନମଣ୍ଡଳୀର ଅନେକ ବିରୋଧି ଦଳର ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗଦାନ କରିଛନ୍ତି । ବହୁ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖ ଫୁଙ୍କିଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସଦସ୍ୟ ସୁଜିତ୍ କମାର, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର‌୍ୟ୍ୟଧାରା, ବଳିଷ୍ଠ ବ୍ୟକ୍ତିତ୍ୱ, ନିର୍ମଳ ଭାବମୂର୍ତ୍ତୀ ଦ୍ୱାରା ପ୍ରଭାବିତ ହୋଇଥିବା କହିଛନ୍ତି ବିଜେଡ଼ିରେ ଯୋଗଦେଇଥିବା କର୍ମୀ ଓ ନେତା । ଆଗାମୀ ଦିନରେ ବିଜୁ ଜନତା ଦଳକୁ ମଜଭୁତ କରିବା ସହ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟ କରିବାର ସଂକଳ୍ପ ନେଇଛନ୍ତି କର୍ମୀ ।

Leave a Reply

Your email address will not be published. Required fields are marked *

Related Posts