ଝାରସୁଗୁଡ଼ା ଜିଲ୍ଲା ର ପ୍ରେସକ୍ଳବ ତରଫରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର

SHARE NOW :
ଝାରସୁଗୁଡା(ସୁରେଶ କଲତା /ଲାଇଭ୍ ଓଡିଶା ନ୍ୟୁଜ୍): ରାଜଧାନୀ ଭୁବନେଶ୍ବର ଠାରେ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ଙ୍କ ଉପରେ ଦୁଇଜଣ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା କୁ ଝାରସୁଗୁଡା ପ୍ରେସକ୍ଲବ ଦୃଢ଼ନିନ୍ଦା କରିବା ସହିତ, ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଗୁରତର ଆହତ ସାମ୍ବାଦିକ ଶ୍ରୀ ସତ୍ୟ ସୁନ୍ଦର ଭଞ୍ଜଙ୍କ ସମସ୍ତ ଚିକିତ୍ସା ବ୍ୟଵସ୍ଥା ସରକାରଙ୍କ ପକ୍ଷରୁ କରାଯିବାକୁ ଦାବି କରାଯାଇଛି ।ଏବଂ ସାମ୍ବାଦିକ ଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାର କଡ଼ା ଆଇନ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରାଯାଇଛି । ଏନେଇ କ୍ଲବ ତରଫରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଏସ୍ ପି ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଝାରସୁଗୁଡା ପ୍ରେସକ୍ଲବ ।