FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଝାରସୁଗୁଡ଼ା ମହାତ୍ମାଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ସଚେତନ ଅଭିଯାନ

ଝାରସୁଗୁଡ଼ା ମହାତ୍ମାଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ସଚେତନ ଅଭିଯାନ

ଝାରସୁଗୁଡ଼ା ମହାତ୍ମାଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ସଚେତନ ଅଭିଯାନ
SHARE NOW :

ଝାରସୁଗୁଡ଼ା(ସୁରେଶ କଲତା /ଲାଇଭ୍ ଓଡିଶା ନ୍ୟୁଜ୍): ଝାରସୁଗୁଡା ଜିଲ୍ଲା ବନଖଣ୍ଡ ବିଭାଗ ତରଫରୁ ଆଜି ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ସଚେତନ ଅଭିଯାନ କରାଯାଇଥିଲା । ସାଇକେଲ ମାଧ୍ୟମରେ ବଡ଼ମାଲ ସ୍ଥିତ ବନଖଣ୍ଡ ଅଫିସ ରୁ ବାହାରି ଝାରସୁଗୁଡା ସହର ଦେଇ ଜିଲ୍ଲା ପାଳ ଙ୍କ କାଯ୍ୟାଳୟ ରେ ପହଞ୍ଚି ଜିଲ୍ଲା ପାଳ ଙ୍କୁ ଭେଟିଥିଲେ ।

ପରେ ବ୍ରଜରାଜନଗର, ବେଲପାହାଡ଼ ବନଖଣ୍ଡ ଅଫିସ କୁ ସାଇକେଲ ଅଭିଯାନ କରି ଲୋକ ଙ୍କୁ ଜଙ୍ଗଲ, ପରିବେଶ,ଓ ଜଳବାୟୁ ସୁରକ୍ଷା କରିବା ପାଇଁ ସଚେତନ କରିଥିଲେ । ଉକ୍ତ ଅଭିଯାନରେ, ଝାରସୁଗୁଡା ଜିଲ୍ଲା ପ୍ରେସକ୍ଲବର ସମ୍ପାଦକ ସୁଦାମ ସାହୁ ଏହି ଅଭିଯାନରେ ସାମିଲ ହୋଇ ସାଇକେଲ ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବନଖଣ୍ଡ ର କର୍ମଚାରୀ ଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts