FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଡିଆରଡିଓ ତଥ୍ୟ ଲିକ୍ ର ଖୋଲୁଛି ଗୁମର

ଡିଆରଡିଓ ତଥ୍ୟ ଲିକ୍ ର ଖୋଲୁଛି ଗୁମର

ଡିଆରଡିଓ ତଥ୍ୟ ଲିକ୍ ର ଖୋଲୁଛି ଗୁମର
SHARE NOW :


ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ ଲିକ ଘଟଣା କୁ ନେଇ ଗିରଫ ଅଭିଯୁକ୍ତଙ୍କୁ ଜେରା କରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ଅଭିଯୁକ୍ତ ସଚିନ କୁମାର ଯିଏକି ଡ୍ରାଇଭର ଭାବେ କାର‌୍ୟ୍ୟ କରୁଥିଲେ, ତାଙ୍କ ଠାରୁ ଅନେକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ।


ମିଳିଥିବା ତଥ୍ୟ ଅନୁଯାୟୀ, ମିରଟରେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୁପ୍ତଚରଙ୍କ ସହାୟତାରେ ଶତ୍ରୁରାଷ୍ଟ୍ରକୁ ଦେଶର ସମସ୍ତ ପ୍ରତିରକ୍ଷା ତଥ୍ୟ ପ୍ରଦାନ କରିଥାନ୍ତି। ଏଥିପାଇଁ ସେମାନଙ୍କ ନିକଟକୁ ବିଦେଶରୁ ବିପୁଳ ମାତ୍ରାରେ ଅର୍ଥ ଆସିଥାଏ ଯାହାକୁ ସେମାନେ ଏଜେଣ୍ଟ ଜରିଆରେ ଖୁବ ଚତୁରତାର ସହ ଅର୍ଥ କାରବାର କରିଥାନ୍ତି।


ଟଙ୍କାର ପ୍ରଲୋଭନ ଦେଖାଇ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅକ୍ତିଆରକୁ ଆଣିବା ପରେ, ଯୁବତୀ ମାନଙ୍କ ଜରିଆରେ ହନିଟ୍ରାପରେ ଫସାଇ ସମସ୍ତ ତଥ୍ୟ ସଂଗ୍ରହ କରିଥାନ୍ତି ଗୁପ୍ତଚର। ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ସଚିନ ପ୍ରାୟ ବର୍ଷେ ହେବ ଏପରି ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।


ସଚିନକୁ ମିରଟର ଜଣେ କ୍ଷମତାଶାଳୀ ବ୍ୟକ୍ତି ମୋଟା ଅଙ୍କର ଅର୍ଥ ଦେଇ ଚାନ୍ଦିପୁର ପ୍ରତିରକ୍ଷା ଘାଟି ସମ୍ପର୍କିତ ତଥ୍ୟ ହାସଲ କରିଥିବା ନେଇ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ହନିଟ୍ରାପରେ ଫସାଇଥିବା ୩ ଜଣ ଯୁବତୀଙ୍କ ଅସଲ ପରିଚୟ ଜାଣିବାକୁ କ୍ରାଇମବ୍ରାଞ୍ଚ ସହାୟତା ଚଳାଇଛି। ଆହୁରି ଅନେକ ତଥ୍ୟ ପାଇବାପାଇଁ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ।

Leave a Reply

Your email address will not be published. Required fields are marked *

Related Posts