ଢେଙ୍କାନାଳ: ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଆୟୋଜନ

SHARE NOW :
ଢେଙ୍କାନାଳ(ଲାଇଭ ଓଡିଶା ନ୍ୟୁଜ): ଢେଙ୍କାନାଳ ଜ଼ିଲ୍ଲା, ଗଁନ୍ଦିଆ ବ୍ଲକ,ମନ୍ଦାର ଗ୍ରାମପଞ୍ଚାୟତ ଠାରେ ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଢ଼େଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ , ସମ୍ନାନିତ ଅତିଥି ରୂପେ ବିଜୁ ଜନତା ଦଳ ର ବରିଷ୍ଠ ନେତା ତଥା ଢେଙ୍କାନାଳ ଜ଼ୀଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟକୁମାର ନାୟକ , ଜୀବନ ବିନ୍ଦୁ ର ଜ଼ୀଲ୍ଲା ସଭାପତି ଶ୍ରୀଯୁକ୍ତ ସୁରଜ ମହାପାତ୍ର ଓ ଜ଼ୀଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତି ଯୋଗଦାନ କରିଥିଲେ l ଏହି ରକ୍ତଦାନ ଶିବିରରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା l