FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ତଳ ମୁହାଁ କରୋନା ଗ୍ରାଫ

ତଳ ମୁହାଁ କରୋନା ଗ୍ରାଫ

ତଳ ମୁହାଁ କରୋନା ଗ୍ରାଫ
SHARE NOW :

ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍‌) ବର୍ତ୍ତମାନ ରାଜ୍ୟରେ କରୋନା ଗ୍ରାଫ ଦିନକୁ ଦିନ ତଳକୁ ଖସୁଛି । ଯାହା ସାରା ରାଜ୍ୟ ବାସୀଙ୍କ ମନରେ ଖୁସିର ଲହର ସୃଷ୍ଟି କରୁଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୦ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୯ ଜଣ ରହିଥିବା ସୂଚନା ମିଳିଛି । ୫୧୦ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୯୭ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୨୧୩ଟି।


ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି।ଅନୁଗୋଳ ଜିଲ୍ଲାରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୩, ଭଦ୍ରକରୁ ୯, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୭୮, ଗଜପତିରୁ ୭, ଗଂଜାମରୁ ୧୨, ଜଗତସିଂହପୁରରୁ ୨୨, ଯାଜପୁରରୁ ୨୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡି଼ରୁ ଜଣେ, କନ୍ଧମାଳ ୪, କେନ୍ଦ୍ରାପଡ଼ା ୭, କେନ୍ଦୁଝରୁ ଜଣେ, କୋରାପୁଟ ୩, ମାଲକାନଗିରି ୪, ମୟୂରଭଞ୍ଜ ୧୪, ନୟାଗଡ଼ରୁ ଜଣେ, ପୁରୀରୁ ୨୦, ରାୟଗଡ଼ା ୩, ସମ୍ବଲପୁର ୯, ସୁନ୍ଦରଗଡ଼ରୁ ୩ ଓ ଷ୍ଟେଟ୍ ପୁଲ୍ରୁ ୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।


ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୭୫୪କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୭ ହଜାର ୬୬ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୫,୪ ୯୪ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Related Posts